- ଭଞ୍ଜନଗର ତହସିଲଦାରଙ୍କ ଅଧ୍ୟକ୍ଷତାରେ ସେବାୟତ ଓ ଅର୍ଚକମାନଙ୍କୁ ଦାୟିତ୍ୱ ବଣ୍ଟନ
- କୁଲାଡ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ, ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
- ପାଞ୍ଚଶହ ବର୍ଷର ପୁରାତନ ଘୁମୁସରର ପ୍ରସିଦ୍ଧ କୁଲାଡ ରଥଯାତ୍ରା
- ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ପାଇଁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ବୈଠକ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଐତିହାସିକ ଭଞ୍ଜବଶିଂୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ରଥଯାତ୍ରା ର ସୁପରିଚାଳନା ନିମନ୍ତେ , ଭଞ୍ଜନଗର ତହସିଲଦାର ଙ୍କ କାର୍ଯ୍ୟାଳୟରେ , କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ନିର୍ଧାରିତ ସମସ୍ତ ସେଵାୟତ ଓ ଅର୍ଚକ , ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ରଥଯାତ୍ରାର କାର୍ଯ୍ୟସୂଚୀ ଅନୁଯାୟୀ ମହାପ୍ରଭୁ ମାନଙ୍କ ସ୍ନାନ ଯାତ୍ରା ଠାରୁ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନିତି ନିର୍ଘଣ୍ଟ ଦାୟିତ୍ୱ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ଉପସ୍ଥିତ ରେ ସମସ୍ତ ସେବାୟତ ଓ ଅର୍ଚକ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ଗଞ୍ଜାମ ଜିଲ୍ଲା, ଘୁମୁସର ଅଞ୍ଚଳ କୁଲାଡ ଗ୍ରାମରେ ଥିବା ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିର, ଯାହାକି ଓଡ଼ିଶା ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ, ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରତିବର୍ଷ ପରି ଚଳିତ ବର୍ଷ ରଥଯାତ୍ରା। ଏଠାର ରଥ ଓ ଏହାର ଦାରୁ ଦେବତା ମାନେ ଘୁମୁସର ଉପଖଣ୍ଡ ରେ ସବୁଠାରୁ ବିରାଟ। ଏହି ଶ୍ରୀଜଗନ୍ନାଥ ମନ୍ଦିର ଭଞ୍ଜବଶିଂୟ ବହୁ ପୁରାତନ ତଥା ପାଞ୍ଚଶହ ବର୍ଷ ରୁ ଅଧିକ ହେବ। ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ମତରେ ଏଠାର ରଥ ଓ ଏହାର ଚକ ଅଖ ମଧ୍ୟ ଆହୁରି ବିରାଟ ଥିଲା। କିନ୍ତୁ ସମୟ ଅନୁସାରେ ସମସାମୟିକ ପରିସ୍ଥିତି ଓ କାଠ ର ଅଭାବ ରେ ରଥ ଓ ଦାରୁ ଦେବତା ମଧ୍ୟ ସଙ୍କୁଚିତ ହୋଇଛନ୍ତି। ତଥାପି ଏବେ ବି କୁଲାଡ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ବିରାଟ, ବଡ଼ଦାଣ୍ଡ ବିରାଟ,ରଥ ଖଳା,ରଥ ଓ ଦାରୁ ଦେବତା ସହିତ ମହାପ୍ରଭୁ ଙ୍କ ମନ ମଧ୍ୟ ଵିରାଟ। ସୁଚନା ଯୋଗ୍ୟ ଯେ, ଏହି ବହୁ ପୁରାତନ କୁଲାଡ ରଥଯାତ୍ରା ଏହି ଖଣ୍ଡ ମଣ୍ଡଳର ସବୁଠାରୁ ଆକର୍ଷଣୀୟ ଭବ୍ୟ ଓ ବିରାଟ ରଥଯାତ୍ରା। ଏହି ରଥଯାତ୍ରା ଦେଖିବାକୁ ଵହୁ ଦୁର ଦୁରାନ୍ତର ଓ ଆଖପାଖ ଅଞ୍ଚଳର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜନସାଧାରଣ ଉପସ୍ଥିତ ହୁଅନ୍ତି। ସେଥିପାଇଁ ଏହାକୁ ସୁପରିଚାଳନା ନିମନ୍ତେ ପ୍ରଶାସନିକ ସ୍ତରରେ ଅନେକ ବୈଠକ ଅନୁଷ୍ଠିତ ହୋଇସାରିଛି। ସେହିପରି ଆଜି ଭଞ୍ଜନଗର ତହସିଲଦାର ଙ୍କ କାର୍ଯ୍ୟାଳୟରେ ତହସିଲଦାର ଶ୍ରୀମତୀ ଅଭିସ୍ପା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଉକ୍ତ ମନ୍ଦିର ର ସେବାୟତ ଓ ଅର୍ଚକ ମାନଙ୍କୁ ସମସ୍ତଙ୍କ ସନ୍ମତି କ୍ରମେ ମନୋନୀତ କରି ଚଳିତ ରଥଯାତ୍ରା ର ସମସ୍ତ ନିତି ନିୟମ କାର୍ଯ୍ୟକ୍ରମ କୁ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଅବିନାଶ ମାହାର ଙ୍କ ସହିତ ମନ୍ଦିର ପରିଚାଳନା କମିଟିର ସଭାପତି ବ୍ରହ୍ମାନନ୍ଦ ଦାସ, ସମ୍ପାଦକ ସଞ୍ଜୟ ପ୍ରଧାନ,ଦୁଇ ଉପଦେଷ୍ଟା ମୁରଲୀଧର ପଣ୍ଡା ଓ ସୁଧିର କୁମାର ଦାସ ସମେତ ସୂର୍ଯ୍ୟ ପାଢ଼ୀ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ର ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ କୁଲାଡ ଅଞ୍ଚଳ ର ରାଜସ୍ଵ ନିରିକ୍ଷକ ଭଗବାନ ବେହେରା ଓ ସହଯୋଗ କରିଥିଲେ ସିନିୟର୍ ରେଭ୍ୟୁନୁ ଆସିଷ୍ଟାଣ୍ଟ ପ୍ରିୟ ରଞ୍ଜନ ଓଡ଼ିଆ। ତତ୍ ସହିତ ଉପସ୍ଥିତ ଥିଲେ ମନ୍ଦିର ର ମୁଖ ପଣ୍ଡା ପୂଜକ ସନ୍ତୋଷ କୁମାର ପଣ୍ଡା (ବାପି), ସୁଦର୍ଶନ ପଣ୍ଡା, ଚିରଞ୍ଜିବୀ ପାଢ଼ୀ, ନାରାୟଣ ପଣ୍ଡା, ସହଯୋଗୀ ଅର୍ଚକ ନରେନ୍ଦ୍ର ପାଢୀ, ସୁନିଲ୍ କୁମାର୍ ପାଢ଼ୀ, ସୁଶାନ୍ତ କୁମାର ପଣ୍ଡା,ନିଳମାଧବ ପାତ୍ର, ଜିତୁ ପାତ୍ର ଓ ଅନ୍ୟମାନେ।
ଏହି ଆୟୋଜିତ ଭବ୍ୟ ବୈଠକରେ ସମସ୍ତ ଙ୍କ ସହମତି ଓ ସମ୍ମତି ପ୍ରକାରରେ ନିର୍ଧାରିତ ସେବାୟତ ଓ ଅର୍ଚକ ମାନଙ୍କୁ ରଥଯାତ୍ରା ର ବିଭିନ୍ନ କାର୍ଯ୍ୟ ଯଥା ୨୯ ଜୁନ୍ ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ର ସମସ୍ତ କାର୍ଯ୍ୟ ସହିତ ପରେ ପରେ ନେତ୍ର ଉତ୍ସବ, ନବଯୌବନ ଦର୍ଶନ, ରଥଯାତ୍ରା, ସୁନାବେଶ, ଏକାଦଶୀ ଠାରୁ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନିତି ନିୟମ କୁ ନିୟମାନୁସାରେ ସମ୍ପର୍ଣ୍ଣ କରିବା ପାଇଁ ଦାୟୀତ୍ବ ପ୍ରଦାନ କରାଯାଇଛି। ଯାହାଫଳରେ ରଥଯାତ୍ରା ର ସମସ୍ତ ନିତି କାନ୍ତି ନିୟମ କାର୍ଯ୍ୟକୁ ନିର୍ଧାରିତ ସେବାୟତ ଓ ଅର୍ଚକ ଓ ମନୋନୀତ ସଦସ୍ୟ ହିଁ ସମ୍ପାଦନ କରିବେ।







