ହେଡଲାଇନସ୍:

କ୍ଷତ୍ରୀୟବରପୁରଠାରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ଜାତୀୟ ଯୋଗ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁରଠାରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ  ମିଳିତ ଆନୁକୂଲ୍ୟରେ  ଆଜି   ଜାତୀୟ ଯୋଗ ଦିବସ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଅଛି. ଯୋଗ ପ୍ରଶିକ୍ଷକ  ସଞ୍ଜୟ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା   କରିଥିଲେ. ଏହି ଯୋଗ ଦିବସରେ ମହାବିଦ୍ୟାଳୟର ପ୍ରାୟ 50 ଜଣ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ  ଅଂଶ ଗ୍ରହଣ କରିଥିଲେ.ଏହି କାର୍ଯ୍ୟକ୍ରମରେ  ଯୁବ ରେଡ଼କ୍ରସର  ଉପଦେଷ୍ଟା ଡ଼ଃ  ସଂଜୀବ କୁମାର ଦାସ, ଜାତୀୟ ସେବା ଯୋଜନା ଅଧିକାରୀ ସିମାଞ୍ଚଳ ମହାନ୍ତି, ଇଂଲିଶ ବିଭାଗର ଅଧ୍ୟାପିକା  ସୁଶ୍ରୀ ଧରିତ୍ରୀରାଣୀ ବିଶାଇ ଏବଂ ମହାବିଦ୍ୟାଳୟର   ସମସ୍ତ  ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ  ପ୍ରଭୁତି ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରକୁ ସାହାଯ୍ୟ ଓ ସହଯୋଗ କରିଥିଲେ.

0
0
0
s2sdefault