ହେଡଲାଇନସ୍:

ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର: ଦେବାଧିଦେବ ମହାଦେବ ଓ ଜଗତଜନନୀ ମା' ପାର୍ବତୀଙ୍କ ବିବାହ ଉତ୍ସବ ପାଳନକୁ ନେଇ ବଲାଙ୍ଗିର ଉତ୍ସବମୁଖର ହୋଇ ଉଠିଛି। ଗୁରୁବାର ରାତିରେ ଦେବାଧିଦେବ ମହାଦେବ ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଦଳ ସହ ବର ଶୋଭଯାତ୍ରାରେ ବାହାରି ପାର୍ବତୀଙ୍କ କଳ୍ପିତ ମାତାପିତାଙ୍କ ଘରେ ପହଞ୍ଚିଥିଲେ | ମହାତେବଙ୍କ ବରଯାତ୍ରା ଓ ଦେବ ଦମ୍ପତିଙ୍କ ଅଲୌକିକ ବିବାହ ଉତ୍ସବରେ ସାମିଲ ହୋଇ ଶ୍ରଦ୍ଧାଳୁ ନିଜ ‌ ଭାଗ୍ୟବାନ ମନେ କରିଛନ୍ତି।
ନିର୍ଦ୍ଧାରିତ ଲଗ୍ନରେ ସମ୍ପୂର୍ଣ୍ଣ ବିଧ‌ି ବିଧାନ ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ୧୩ଟି ସ୍ଥାନରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ସମସ୍ତ କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ବଲାଙ୍ଗୀର ସହର ର ଅନ୍ୟତମ ପୁରାତନ ଶୀତଳ ଷଷ୍ଠୀ କମିଟି ସୁଦ୍ ପଡା ଶୀତଳଷଷ୍ଠୀ ପୂଜା କମିଟି ୪୫ ବର୍ଷ ରେ ପହଁଚିଛି। ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଅସୀମ ପଣ୍ଡା ଙ୍କ ଟିମ୍ ଙ୍କ ବିଭିନ୍ନ ଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ। ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ସାଂସ୍କୃତିକ ସଭା ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଉପାଧ୍ୟାୟ , ଆଦର୍ଶ ଟଉନ ଥାନା ଅଧିକାରୀ ଅବନୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର, ଅଧ୍ୟାପକ ସୁରେଶ ଷଡ଼ଙ୍ଗୀ, ୱର୍ଡ ନଂ ୧୦ର କାଉନସିଲର କିଶୋର କୁମ୍ଭାର, ସୁଦପଡା ପୂଜା କମିଟି ର ପ୍ରଥମ କାର୍ଯ୍ୟକର୍ତ୍ତା ସତ୍ୟନାରାୟଣ ଭୋଇ, ଦୁର୍ଗାଚରଣ ବେହେରା, କୱଲଜିତ ସିଂହ, ବିପିନ ପାଢ଼ୀ ମଂଚାସୀନ ହୋଇଥିଲେ। ସନ୍ଦୀପ କୁମାର କୁଅଁର ସଭାକୁ ସଂଯୋଜନା କରିଥିବା ବେଳେ ମାଟ୍ରିକ, ଯୁକ୍ତ ଦୁଇ, ବିଶ୍ଵବିଦ୍ୟାଳୟ ଟପ୍ପର, ମହିଳା କ୍ରିକେଟ ଦଳ, ବଲାଙ୍ଗୀର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଚଳିତ ବର୍ଷର କାର୍ଯ୍ୟକର୍ତା ରାଜେଶ ଦୋରା, ରାଜା ସାମନ୍ତରାୟ,ସନ୍ତୋଷ ପଣ୍ଡା, ଅନନ୍ତ ମଛଖଣ୍ଡ, ଉମେଶ କବାଟ, ସୁବଳ ଖରସେଲ, ଘନ ଦୋରା ଙ୍କୁ ଅତିଥି ମାନେ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ।

ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବା ପରେ ଶୁକ୍ରବାର ଶ୍ରଦ୍ଧାଳୁ ଦେବଦମ୍ପତିଙ୍କ ଯୁଗଳ ମୂର୍ତି ବର୍ଶନ କରିବେ । ଆସନ୍ତା ଶନିବାର ଦେବଦମ୍ପତି ଶୋଭା ଯାତ୍ରାରେ ମନ୍ଦିର ଫେରିବା କାର୍ଯ୍ୟକ୍ରମ ରହିଛି।
ଚଳିତବର୍ଷ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ର ୯ଟି ଯାତ୍ରା କମିଟିକୁ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନ ପାଇଁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିବାରୁ କମିଟି ଗୁଡ଼ିକ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

0
0
0
s2sdefault