ନବରଙ୍ଗପୁର : 19/06/2026,ଜିଲ୍ଲା କିନ୍ନର ସଂଘ ର ମହିଳା ଉପଦେଷ୍ଟା ତଥା ସମାଜସେବି ଶର୍ମିଷ୍ଟା ଦେଓ ଙ୍କ ନେତୃତ୍ଵ ରେ ଜିଲା କିନ୍ନର ସଂଘ ର ସଦସ୍ୟ ମାନେ ନବରଙ୍ଗପୁର ଜିଲାରେ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପାର୍ଥ କାଶ୍ୟପଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ସମାଜର ବିଭିନ୍ନ ହିତକର କାର୍ଯ୍ୟକ୍ରମରେ କିନ୍ନର ସଂଘର ସକ୍ରିୟ ଭୂମିକା କୁ ନେଇ ଅଧିକ୍ଷକ ପି ପାର୍ଥ କାଶ୍ୟପ ସଂଘର ସମସ୍ତ ସଦସ୍ୟ ଙ୍କୁ ପ୍ରସଂଶା କରିଥିଲେ । ଏହି ଅବସରରେ କିନ୍ନର ସଂଘର ସଦସ୍ୟ ମାନେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ କାଶ୍ୟପଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସଂଘର ସଭାପତି କାଜୋଲ , ସମ୍ପାଦକ ଚୁମୁକି ସମେତ ତନୁଜା, ଶିଳାବତୀ ,ଇପ୍ସିତା , ଲୀପସା, ସୁବର୍ନ , ଶିବାନୀ , ପ୍ରୀତି, ସୃତି , ବର୍ଷା , ବୋଇଦି , ରାଧା , ଲକ୍ଷ୍ମୀ , ଅନିତା ପ୍ରମୁଖ କିନ୍ନର ଉପସ୍ଥିତ ଥିଲେ । ସମସ୍ୟା ଗୁଡିକ ଅନୁଧ୍ୟାନ କରି ନିୟମ ପ୍ରକାରେ ସବୁ ସମାଧାନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ । ସଂଘର ସଦସ୍ୟ ମାନଙ୍କ ସମସ୍ୟା ଗୁଡିକ ସମାଧାନ ଦିଗରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କାଶ୍ୟପ ପ୍ରତିଶୃତି ଦେଇଥିବାରୁ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ମୁଖ୍ୟ ପରାମର୍ଶଦାତା ବାରିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ , ସଂଘର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର , ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ, ସଂଘର ମହିଳା ଉପଦେଷ୍ଟା ତଥା ସମାଜସେବୀ ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ଵର୍ଣାଲତା ପଟ୍ଟନାୟକ , ଅନ୍ୟତମ ଉପଦେଷ୍ଟା ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଉମରକୋଟର, ଇଞ୍ଜିନିୟର ଚନ୍ଦନା ମଲ୍ଲିକ ପ୍ରମୁଖ ଖୁସି ପ୍ରକଟ ସମସ୍ତ କିନ୍ନର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପାର୍ଥ କାଶ୍ୟପଙ୍କୁ ସାଧୁବାଦ ଜଣାଇଛନ୍ତି ।
ରାଜ୍ୟ
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା କିନ୍ନର ସଂଘ ର ସୌଜନ୍ୟ ମୂଳକ ସାକ୍ଷାତ
- Hits: 20







