ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ ବୁଲିବ ଶିଶୁ ଶ୍ରମିକ ସଚେତନତା ରଥ


କଟକ,ତା.୧୯.୦୬.୨୦୨୬ ରିଖ – ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ଏବଂ ଏ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ ଯୋଗଦେଇ କହିଲେ ଯେ ଆଜିର ଶିଶୁ କାଲିର ଭବିଷ୍ୟତ। ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର କାଉନସେଲିଙ୍ଗ କରାଯାଉଛି । ଏହା ସହିତ ସେମାନଙ୍କର ରୁଚି, ଦକ୍ଷତା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣର ସୁବିଧା ଯୋଗାଇ ଦିଆଯାଉଛି, ଯାହା ଦ୍ଵାରା ସେମାନେ ନିଜର ଭବିଷ୍ୟତ ଗଢି ପାରିବେ ।

ଏହି କର୍ମଶାଳାରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ କଳ୍ପନା ମିଶ୍ର, ଡେପୁଟି କଲେକ୍ଟର ସୁଶ୍ରୀ ଶତରୂପା ଶତପଥୀ ,ଶିଶୁ ମଙ୍ଗଳ କମିଟି ଚେୟାରମ୍ୟାନ ମାନସ ବିଶ୍ଵାଳ ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡାଇ, ଶ୍ରମିକ ନେତା ଭାରତୀୟ ମଜଦୁର ସଂଘ ଶ୍ରୀ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶିଶୁ ଓ କିଶୋର ଶ୍ରମିକ ଆଇନର ବିଭିନ୍ନ ଦିଗ, ଶିଶୁ ଶ୍ରମିକ ଚିହ୍ନଟ, ଉଦ୍ଧାର ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ ମଞ୍ଚ ପରିଚାଳନା କରିଥିଲେ । ଏଥି ସହ ଜିଲ୍ଲାବ୍ୟାପୀ ସଚେତନତା ସୃଷ୍ଟି ନିମନ୍ତେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁ ଅଧିକାର ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବ ।

0
0
0
s2sdefault