ହେଡଲାଇନସ୍:

କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଓ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୯/୬- କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟଠାରେ ଏକ ଦିବାସୀୟ ଚକ୍ଷୁ ପରୀକ୍ଷା ଓ ଦନ୍ତଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ସହକାରୀ ବନ ସଂରକ୍ଷକ ଶ୍ରୀ ସୁଦୀପ୍ତ କୁମାର ପଣ୍ଡା, ଶ୍ରୀ ଅଶୋକ କୁମାର ଦାସ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବରିଷ୍ଠ ଟ୍ରଷ୍ଟି ଡାକ୍ତର ସଂଜୀବ କୁମାର ଓତା ମିଳିତ ଭାବରେ ଶିବିରଟିକୁ ଉଦଘାଟନ କରିଥିଲେ। ଭୂମିକା ଅନୁଷ୍ଠାନର ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା, ଭୂମିକା ଉପଦେଷ୍ଟା ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଚକ୍ଷୁ ଶିବିର ଓ ଦନ୍ତ ଚିକିତ୍ସା ଶିବିରକୁ ସଂଯୋଜନା କରିଥିଲେ। କେନ୍ଦୁଝର ବନାଞ୍ଚଳ ଅଧିକାରୀ ଶ୍ରୀ ଅଜିତକୁମାର ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଧରଣୀଧର ଭେଷଜ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାକ୍ତର ସନ୍ତୋଷ କୁମାର ସେଠୀ, ଭୂମିକା ଚକ୍ଷୁ ଚିକିତ୍ସାଳୟର ଅପ୍ଟମ ମାନବେନ୍ଦୁ ମହାନ୍ତ, ବିଦ୍ୟୁତ୍ ମହାନ୍ତ, ମଧୁସ୍ମିତା ମାଝୀ,ଜୁଲି ନାୟକ, ଭିଜନ ଟେକିନିସିଆନ ଲାଲିମା ଜେନା ଓ ଭବସ୍ମିତା ପାତ୍ର ଏବଂ ୮ଜଣ ବରିଷ୍ଠ ସ୍ୱାସ୍ଥ୍ୟ ସେବିକା, ଫାର୍ମାସିଷ୍ଟ ମନୋଜ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ୨୬୨ ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଦାନ୍ତ ଡାକ୍ତର ଶ୍ରୀ ସଂଜୀବ କୁମାର ଓତା ୭୧ ଜଣଙ୍କର ଦାନ୍ତ ଚିକିତ୍ସା କରି ପରାମର୍ଶ ସେବା ପ୍ରଦାନ କରିଛନ୍ତି। ବନାଞ୍ଚଳ ଅଧିକାରୀ, ବନପାଳ, ବନରଖି, ଗଜସାଥି, ଫାୟାର ସ୍କ୍ୱାର୍ଡ , ବନ ସୁରକ୍ଷା ସମିତି ସଦସ୍ୟ ସଦସ୍ୟା, କେନ୍ଦୁଝର ପୌରାଞ୍ଚଳ ବସ୍ତି ବାସିନ୍ଦା ମାନଙ୍କର ଚକ୍ଷୁ ପରୀକ୍ଷା ଓ ଦାନ୍ତ ପରୀକ୍ଷା କରାଯାଇଥିଲା। ବନାଞ୍ଚଳ ଅଧିକାରୀ  କାଳନ୍ଦୀ ସାମଲ, ଯତୀନ୍ଦ୍ର ଦାସ, ରାଜେଶ୍ୱରୀ ମହାନ୍ତ, କୁନ୍ତଳା ମହାନ୍ତ, ଡେଭଲପମେଣ୍ଟ ଅଫିସର ଧିରେନ ପାତ୍ର, ପିତାମ୍ବର ମହାନ୍ତ, ଭାଗିରଥି ମହାନ୍ତି, ଭାଗିରଥି ପଣ୍ଡା, ଅଜୟ ସାହୁ, ଝରଣା ମହାନ୍ତ, ଗୋପବନ୍ଧୁ ମହାନ୍ତ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ସେବତୀ ସିଂ, ଧରିତ୍ରୀ ରାଉତ, ବିପ୍ଳବ ମିଶ୍ର, ଡକ୍ଟର ବିମ୍ବାଧର ବେହେରା, ଦୁଷ୍ମନ୍ତ ଜେନା, ସଂଜୀବ ପାଇକରାୟ ରୋଗୀ ନେବା ଆଣିବା, ପରାମର୍ଶ ଦେବା, ପରୀକ୍ଷା କରିବାରେ ସାହାଯ୍ୟ କରିବା କାର୍ଯ୍ୟ କରିଥିଲେ l ସମାଜସେବୀ ଅକ୍ଷୟ କୁମାର ମହାନ୍ତ ଓ ଜଗଜିତା ଦାସ ଜଙ୍ଗଲ ବିଭାଗର ସାଧୁ ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। କେ.ଡ଼ି ଟ୍ରଷ୍ଟ ତରଫରୁ ୮୨ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।

0
0
0
s2sdefault