ବେଲଗୁଣ୍ଠା,୧୮/୦୬, -(ଶିବରାମ ଚୌଧୁରୀ )-ପ୍ରତିବର୍ଷ ଭଳି ପବିତ୍ର ରଜ ମହୋତ୍ସବରେ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ମିଥୁନ ନାଇକ। କେକ୍ କାଟି ଭୋଜିଭାତ ବଦଳରେ ନିଆରା ଢଙ୍ଗରେ ସେ ନିଜର ଜନ୍ମଦିନ ପାଳନ କଲେ। ଲୁଣିପଡା ଗ୍ରାମ ର ୪୩ ବର୍ଷିୟା ବ୍ୟକ୍ତି ମାନସ ନାୟକ ଏନାମିଆ ରୋଗରେ ପିଡ଼ିତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହରେ A+ve ରକ୍ତ ର ଅଭାବ ପଡିଲା। ତାଙ୍କ ପୁତ୍ର ଆଶୁତୋଷ ନାୟକ ଗୁରୁଜୀ ମିଥୁନଙ୍କ ପୂର୍ବତନ ଛାତ୍ର ହୋଇଥିବାରୁ ମିଥୁନ ଗୁରୁଜୀ ଜଣେ ନିୟମିତ ରକ୍ତଦାତା ବୋଲି ସେ ଜାଣିଥିଲେ। ଏକଥା ଆଶୁତୋଷ ତାଙ୍କ ଘରେ ଜଣେଇବା ପରେ ତାଙ୍କ ପରିବାର ପକ୍ଷରୁ ମିଥୁନ ଙ୍କ ସହ ଯୋଗାଯୋଗ କରାଯାଇଥିଲା।ଏହି ଭଳି ସୁବର୍ଣ୍ଣ ସୁଯୋଗକୁ ହାତ ଛଡା ନ କରି ମିଥୁନ ରକ୍ତ ଦାନ କରିଥିଲେ। ମିଥୁନ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସଂପାଦକ ଥିବା ବେଳେ ଏକାଧାରରେ ଜଣେ ଶିକ୍ଷକ,ଜଣେ ଚିତ୍ରକର, ମଞ୍ଚ ଉପସ୍ଥାପକ,ଜଣେ କ୍ଷୁଦ୍ର ଅଭିନେତା ଓ ଜଣେ ପ୍ରକୃତି ପ୍ରମୀ ଅଟନ୍ତି। ମିଥୁନଙ୍କର ଏହି ମହତ୍ କାମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।
ରାଜ୍ୟ
ଷୋହଳ ଥର ପାଇଁ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗୁରୁଜୀ ମିଥୁନ
- Hits: 74







