ହେଡଲାଇନସ୍:

ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ବିୟୋଗରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ ବିୟୋଗରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସଭବନ ଯାଇ ସପରିବାର ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ଷ୍ଟିଫେନ ଜଣେ ଭଲ କଣ୍ଠଶିଳ୍ପୀ ସହ ପରଉପକାରୀ ହିସାବ ରେ ଜଣାଶୁଣା , ସେ ଆଦିବାସୀ ଗୀତ ସହ ଆସାମୀ , ଓଡ଼ିଆ , ହିନ୍ଦୀ ତେଲୁଗୁ ରେ ଗୀତଗାଇ ସାରା ଓଡ଼ିଶା ସହ ଓଡ଼ିଶା ବାହାରେ ମଧ୍ୟ ମୁନାମ ଅର୍ଜନ କରିଛନ୍ତି। ଷ୍ଟିଫେନ ଓ ବିରାଜି ଯଦି କଣ୍ଠଶିଳ୍ପୀ ହିସାବ ରେ ବହୁ ଜଣାଶୁଣା, ବିରାଜୀ ହେଉଛନ୍ତି ତାଙ୍କ ଧର୍ମପତ୍ନୀ , ତାଙ୍କ ଯୋଡ଼ି ଭାଙ୍ଗିଯାଇଥିବା ରୁ ବିରାଜି ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଆଜି ବିଧାୟକ ଷ୍ଟିଫେନ ଙ୍କ ଧର୍ମପତ୍ନୀ ଓ ତାଙ୍କ ପୁଅଝିଅ ଙ୍କୁ ମିଶି ସେମାନଙ୍କ ସମସ୍ତ ଅସୁବିଧାରେ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମବେଦନା ଜଣାଇବା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ସମିତି ସଭ୍ୟ ବୁଲୁ ରଇତ , ବିଜେଡି ନେତା ଜେମସ ରାଇକା , ମସୁରୁନ ରଇତ , ସାମ୍ବାଦିକ କୃଷ୍ଣ କୁମାର ବେହେରା , ପ୍ରବୀଣ ଲିମା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault