ହେଡଲାଇନସ୍:

ଓପିଏସଇରେ ସଫଳତା ପାଇ ଗୌରବ ଆଣିଲେ ସପ୍ତେଶ୍ୱର ନାଏକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ ହେଡ ଡ଼. ମଜହେର ବେଗଙ୍କ ପକ୍ଷରୁ ସମ୍ବର୍ଦ୍ଧନା

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଓଡ଼ିଶା ପବ୍ଲିକ ସର୍ଭିସ ଏକ୍ଜାମିନେସନ୍ ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଥିବା ଯୁବ ପ୍ରତିଭା ସପ୍ତେଶ୍ୱର ନାଏକଙ୍କୁ ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରୀଗୁଡା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି।

ଏହି ଅବସରରେ ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ ହେଡ ଡ଼. ମଜହେର ବେଗ ସପ୍ତେଶ୍ୱର ନାଏକଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ଜଣାଇ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏଭଳି ଯୁବ ପ୍ରତିଭାମାନେ ଅଞ୍ଚଳର ଗର୍ବ ଓ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଶିକ୍ଷା ଓ ଅଧ୍ୟବସାୟ ମାଧ୍ୟମରେ ସଫଳତାର ଏହି ଯାତ୍ରା ଅନ୍ୟ ଯୁବକ ଯୁବତୀଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦୀପକ ମହାନ୍ତି (ଏଚଆର ହେଡ ), ତନ୍ମୟ ମହାନ୍ତି (ସିଏସଆର ହେଡ ) ଏବଂ ସମାଜସେବୀ ମୁନା ବେହେରା, ଅନିଲ ନାଏକ, ସୁମନ୍ତ ନାଏକ ଓ ରାଜୁ କୁଲଦୀପ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଡ଼. ମଜହେର ବେଗ ଅଞ୍ଚଳର ଶିକ୍ଷା, ଯୁବଶକ୍ତି ଓ ସାମଗ୍ରିକ ଉନ୍ନତି ଉପରେ ଆଲୋଚନା କରିବା ସହ ଯୁବପିଢ଼ିଙ୍କୁ ସମାଜ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଜଣାଇଥିଲେ।

ସପ୍ତେଶ୍ୱର ନାଏକଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ ପାଲଟିଛି।

0
0
0
s2sdefault