ହେଡଲାଇନସ୍:

୭ ବର୍ଷ ପରେ ପୋଡାପାଡ଼ିରେ ଧୁମଧାମରେ ପାଳିତ ହେଲା ମା’ ଠାକୁରାଣୀଙ୍କ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ଗ୍ରାମରେ ଦୀର୍ଘ ୭ ବର୍ଷ ପରେ ମା’ ଠାକୁରାଣୀଙ୍କ ଯାତ୍ରା ଭକ୍ତି, ଉତ୍ସାହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ଯାତ୍ରାରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ପ୍ରଥମ ଦିନରୁ ମା’ଙ୍କ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟରେ ଗ୍ରାମବାସୀ ଭକ୍ତିରସରେ ବିଭୋର ହୋଇଥିଲେ।

ଯାତ୍ରା ଅବସରରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ଆୟୋଜିତ ଡେମସା ନୃତ୍ୟ ପ୍ରତିଯୋଗିତାରେ ଆଖପାଖ ୧୦ରୁ ଅଧିକ ଗ୍ରାମର ୨୧ଟି ଦଳ ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତିର ମନୋରମ ଝଲକ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ମହାଳିଙ୍ଗଗୁଡା ଦଳ ପ୍ରଥମ ସ୍ଥାନ, କାଡାପଦର ଓ କଂସାରୀଗୁଡା ଦଳ ଯୁଗ୍ମ ଦ୍ୱିତୀୟ ସ୍ଥାନ ଏବଂ ପୋଡାପାଡ଼ି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଉଦ୍‌ଯାପନୀ ସଭାରେ ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରୀଗୁଡାର ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳଗୁଡିକୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ବସନ୍ତ ପାଣିଗ୍ରାହୀ, ମାନସ ସ୍ୱାଇଁ, ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ, ରେଭେନ୍ୟୁ ଇନ୍ସପେକ୍ଟର ଅଜିତ ଦାସ, ଯାତ୍ରା କମିଟି ସଭାପତି ଦେବୀପ୍ରସାଦ ସ୍ୱାଇଁ, ସମ୍ପାଦକ ଅମୂଲ୍ୟ ବେହେରା, ଗୋପୀନାଥ ନାଏକ, ତ୍ରିପତି ଝୋଡିଆ, ଜ୍ୟୋତି ଚୌଧୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନୀଳକଣ୍ଠ ଝୋଡିଆ, ଶିବଶଙ୍କର ବାଘ ଓ ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଯାତ୍ରାକୁ ସଫଳ କରିବାରେ ପୋଡାପାଡ଼ିର ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଯାତ୍ରା କମିଟିର ସଭାପତି ଦେବୀପ୍ରସାଦ ସ୍ୱାଇଁ ଓ ସମ୍ପାଦକ ଅମୂଲ୍ୟ ବେହେରା ସମସ୍ତ ଗ୍ରାମବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault