ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ସଭାଗୃହ ପରିସରରେ ବାସୁଦେବପୁର ଶିକ୍ଷା ମଣ୍ଡଳ ଓ OSSAAT ଭୁବନେଶ୍ବର ଆନୁକୁଲ୍ୟ ରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ବ୍ଳକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ତନ୍ମୀତା କର, ବ୍ଳକ୍ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ଗିରି,ବିଧାୟକ ଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାଢୀ, ଡି ଏସ ଏ ସତ୍ୟଜିତ୍ ପୃଷ୍ଟି, ଏ ବି ଇ ଓ ଉର୍ମିଳା କର, ଏ ବି ଇ ଓ ଅମିୟ ମହାଳିକ, ଜିବନ ନାୟକ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟ ମାନଙ୍କ ର ଥିବା ଗୃହ ନିର୍ମାଣ, ରାସ୍ତା ନିର୍ମାଣ ତଥା ଅନ୍ୟାନ୍ୟ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ଅବସର ରେ ବିଭିନ୍ନ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ ଥିଲେ। ବିଡ଼ିଓ ତନ୍ମିତା କର ସମସ୍ତ ସମସ୍ୟା ସମ୍ପର୍କ ରେ ଅବଗତ ହେବା ସହ ସମାଧାନ କିପରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟ
ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ବ୍ଳକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ।
- Hits: 16







