ହେଡଲାଇନସ୍:

ଏଏମ୍/ଏନଏସ୍ ଇଣ୍ଡିଆ ଦକ୍ଷ ଏକାଡେମୀ ଛାତ୍ରଙ୍କ ଓଡ଼ିଶା ସିଭିଲ୍ ସର୍ଭିସେସ୍‌ରେ ୪୯ ତମ ସ୍ଥାନ ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜୁନ ୦୨, ୨୦୨୬: ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପଗଡ଼ରେ ଅବସ୍ଥିତ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ଦକ୍ଷ ଏକାଡେମୀର ଛାତ୍ର ରଶ୍ମି ରଞ୍ଜନ ବାରିକ ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ ) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପରୀକ୍ଷାରେ ୪୯ ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ଏଏମ୍/ଏନଏସ୍ ଇଣ୍ଡିଆର ପ୍ରମୁଖ ସିଏସ୍ଆର ପଦକ୍ଷେପ ‘ଦକ୍ଷ’ ର ପରିବର୍ତ୍ତନକାରୀ ପ୍ରଭାବର ଏକ ପ୍ରମାଣ, ଯାହା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା, ଉଚ୍ଚମାନର କୋଚିଂ ମାଧ୍ୟମରେ ସଶକ୍ତ କରୁଛି ।

ଜଗତସିଂହପୁର ବାଲିକୁଦାର ବାସିନ୍ଦା ରଶ୍ମିଙ୍କ ଯାତ୍ରା ଦୃଢ଼ତା ଏବଂ ସ୍ଥିରତାକୁ ପ୍ରତିଫଳିତ କରୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ରଶ୍ମି ଲୋକ ସେବା ମାଧ୍ୟମରେ ସମାଜ ସେବା କରିବାର ଆକାଂକ୍ଷାକୁ ପୂରଣ କରିବା ପାଇଁ ଦକ୍ଷ ଏକାଡେମୀରେ ଯୋଗ ଦେଇଥିଲେ। ଅଭିଜ୍ଞ ଅଧ୍ୟାପକ ଏବଂ ପରାମର୍ଶଦାତାଙ୍କ ମାର୍ଗଦର୍ଶନରେ, ସେ ଶିକ୍ଷାଗତ ସହାୟତା, ରଣନୈତିକ ମାର୍ଗଦର୍ଶନ ଏବଂ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କିତ ତାଲିମ ହାସଲ କରିଥିଲେ, ଯାହା ତାଙ୍କୁ ଏକାଗ୍ର ଏବଂ ଆତ୍ମବିଶ୍ୱାସୀ ରହିବାରେ ସାହାଯ୍ୟ କରିଥିଲା।

ରଶ୍ମିଙ୍କ ଏହି ସଫଳତା ପାଇଁ, ଏଏମ୍/ଏନଏସ୍ ଇଣ୍ଡିଆର ଭୁବନେଶ୍ୱର କାର୍ଯ୍ୟାଳୟରେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଏମ୍/ଏନଏସ୍ ଇଣ୍ଡିଆ ଖଣି ଏବଂ ଷ୍ଟ୍ରାଟେଜିକ୍ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଲୋକ ମେହେଟା ତାଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ କମ୍ପାନୀର ସିଏସଆର ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ ଏବଂ ଗୁରୁକୂଳ ଫାଉଣ୍ଡେସନର ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ସୂରଜ ମିଶ୍ର ଉପସ୍ଥିତ ଥିଲେ। କମ୍ପାନୀର ନେତୃମଣ୍ଡଳୀ ତାଙ୍କର ସଫଳତାକୁ ଜନ ସେବା ପ୍ରତି ଦୃଢ଼ତା, ସମର୍ପଣ ଏବଂ ପ୍ରତିବଦ୍ଧତାର ଏକ ଜ୍ଵଳନ୍ତ ଉଦାହରଣ ଭାବରେ ପ୍ରଶଂସା କରିଥିଲେ।

ରଶ୍ମି ନିଜ ସଫଳତା ବିଷୟରେ କହିଛନ୍ତି ଯେ, "ମୁଁ ମୋ ପରିବାର, ପରାମର୍ଶଦାତା ଏବଂ ଦକ୍ଷ ଏକାଡେମୀର ପ୍ରେରଣାଦାୟକ ପରିବେଶ ପ୍ରତି ଗଭୀର ଭାବେ କୃତଜ୍ଞ। ଅନୁଷ୍ଠାନର ଢାଞ୍ଚାଗତ ଆଭିମୁଖ୍ୟ ଏବଂ ନିରନ୍ତର ପ୍ରୋତ୍ସାହନ ମୋର ସଫଳତା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେମାନଙ୍କ ମାର୍ଗଦର୍ଶନ ଏବଂ ସମର୍ଥନ ବିନା ଏହି ସଫଳତା ସମ୍ଭବପର ନଥିଲା।"

ରଶ୍ମିଙ୍କୁ ଶୁଭେଚ୍ଛା ଜଣାଇ, ଏଏମ୍/ଏନଏସ୍ ଇଣ୍ଡିଆ ମାନବ ସମ୍ବଳ ଏବଂ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି ଯେ, “ରଶ୍ମିଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ଦର୍ଶାଉଛି ଯେ ଦକ୍ଷ ଏକାଡେମୀ ଭଳି ଶିକ୍ଷାଗତ ପଦକ୍ଷେପ କିପରି ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ଅସାଧାରଣ ସଫଳତା ହାସଲ କରିବାର ସୁଯୋଗ ସୃଷ୍ଟି କରିପାରିବ। ତାଙ୍କର ଏହି କୃତିତ୍ୱ ଅଗଣିତ ଆଶାୟୀ ପ୍ରାର୍ଥୀଙ୍କୁ ନିଜ ଉପରେ ବିଶ୍ୱାସ ରଖି ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଇବ। ଏହି ସଫଳତା ଏଏମ୍/ଏନ୍ଏସ୍ ଇଣ୍ଡିଆର ବ୍ୟାପକ ସୁଯୋଗ ସୃଷ୍ଟି, ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ, ଏବଂ ନିରନ୍ତର ସିଏସ୍‌ଆର୍ ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବା ପ୍ରତି କମ୍ପାନୀର ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି।”

ଗୁରୁକୁଳ ଫାଉଣ୍ଡେସନ୍‌ର ସହଯୋଗରେ ନଭେମ୍ବର ୨୦୨୫ରେ ପ୍ରତିଷ୍ଠିତ ‘ଦକ୍ଷ ଏକାଡେମୀ’ ଆଇଏଏସ୍, ଓଏଏସ୍, ବ୍ୟାଙ୍କିଙ୍ଗ, ରେଳବାଇ, ପ୍ରତିରକ୍ଷା, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି, ଓପିଏସ୍‌ସି ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଶୁଳ୍କ ପ୍ରଶିକ୍ଷଣ ପ୍ରଦାନ କରୁଛି। ଆଧୁନିକ ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ୍ ଶିକ୍ଷା ସମ୍ବଳ ଏବଂ ଅଭିଜ୍ଞ ଅଧ୍ୟାପକମାନଙ୍କ ସହାୟତାରେ ପରିଚାଳିତ ଏହି ଏକାଡେମୀରେ ବର୍ତ୍ତମାନ ୨୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରଥମ ବର୍ଷ ମଧ୍ୟରେ ହିଁ ଏହି ଏକାଡେମୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ରଶ୍ମିଙ୍କ ଏହି ସଫଳତା ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବାରେ ଏହାର ଲକ୍ଷ୍ୟର ଏକ ଗୌରବମୟ ଉଦାହରଣ।

 

0
0
0
s2sdefault