ହେଡଲାଇନସ୍:

ଡେରାବିଶ ଥାନା ମହିଳା SIଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ, ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର ଅଭିଯୋଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:30,05,26(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନାର ଜଣେ ମହିଳା ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବରାହିଲୋ ଗ୍ରାମର ନର୍ମଦା ସାମଲ ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି।
ନର୍ମଦାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମା'ଙ୍କ ଜମି ବିବାଦ ସମ୍ପର୍କିତ ଏକ ମାମଲାରେ ଗତ ୨୨ ତାରିଖରେ ଉଭୟ ପକ୍ଷଙ୍କୁ ଡେରାବିଶ ଥାନାକୁ ଡାକାଯାଇଥିଲା। ସେଠାରେ ମହିଳା ସବ୍‌-ଇନ୍ସପେକ୍ଟର ଅନୁସୂୟା ନାୟକ ଏକପାଖିଆ ସମାଧାନ ପାଇଁ ଚାପ ପକାଇଥିଲେ। ଏହାକୁ ବିରୋଧ କରିବାରୁ ନର୍ମଦାଙ୍କୁ ଟାଣିବା, ହାତ ମୋଡ଼ିବା ସହ ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ଘଟଣା ପରେ ନର୍ମଦା ଚିକିତ୍ସା କରାଇବା ସହ ଏସ୍‌ପି, ଏସ୍‌ଡିପିଓ ଏବଂ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟେ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍‌ଶୀଘ୍ର ରିପୋର୍ଟ ଦାଖଲ କରାଯିବ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଏହି ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

0
0
0
s2sdefault