ହେଡଲାଇନସ୍:

ଟାଟା ଷ୍ଟିଲ ପକ୍ଷରୁ ଠିକାଦାର ସଚେତନତା ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନଭେଲି ବଗିଚାରେ ଟାଟାଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଏଣ୍ଟରପ୍ରାଇଜେସ ଓ ଡେ ସନ ଡିଷ୍ଟ୍ରିବ୍ୟୁଟର ଙ୍କ ସହଭାଗିତା ରେ ଅନୁଷ୍ଠିତ ସମ୍ମିଳନୀରେ କମ୍ପାନୀ ଉପଭୋକ୍ତା ସେବା ମ୍ୟାନେଜର ରାଜକୁମାର ପାଳ ଯୋଗଦେଇ ଟାଟା ଷ୍ଟିଲ ଟିଏମଟି ବାର ର ଗୁଣବତ୍ତା, ତଥା ଲୋକଙ୍କ ଚାହିଦା ଓ ଟାଟା କମ୍ପାନୀ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l ଆଦର୍ଶ ଏଣ୍ଟରପ୍ରାଇଜେସ ର ପ୍ରୋପାଇଟର ସୁଶାନ୍ତ କୁମାର ପୁରୋହିତ ମଞ୍ଚାସିନ ଥିଲେ l ଏରିଆ ସେଲସ ମ୍ୟାନେଜର ସତ୍ୟନାରାୟଣ ବାରିକ ମଞ୍ଚ ପରିଚାଳନା କରିଥିଲେ l ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ବହୁ ଠିକାଦାର ଓ ମିସ୍ତ୍ରୀ ଯୋଗଦେଇଥିଲେ l

0
0
0
s2sdefault