ବେଲଗୁଣ୍ଠା,୩୦/୦୫,-(ଶିବରାମ ଚୌଧୁରୀ )-ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ଵାରା ସୋରଡ଼ା ବିଧାନସଭା କ୍ଷେତ୍ରର ଦୁଇଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁଲାଙ୍ଗି ଠାରୁ ଭାୟା ବୁଢାକେନ୍ଦୁ ଠାକୁରାଣୀ ମନ୍ଦିର ଓ କୁଲାଙ୍ଗିଠାରୁ ପଳାସପୋଲି, ଭାୟା କ୍ଷେତ୍ରୀୟବରପୁର ୫ କିମି ରାସ୍ତାର ପ୍ରାୟ ଛଅ କୋଟି ଟଙ୍କା ବ୍ୟୟରେ "ଉନ୍ନତି କରଣ" ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ସୋରଡ଼ା ବ୍ଳକ୍ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ଗ୍ରାମ୍ୟ ଉନ୍ନୟନ ସରକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ଓ ଅଜିତ କୁମାର ସ୍ୱାଇଁ, ଦିବାକର ତାରିଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପକୁ ଠିକାଦାର ଚିତ୍ତରଞ୍ଜନଙ୍କ ପ୍ରଧାନଙ୍କ ସଂସ୍ଥା ସରକାରଙ୍କ ଠାରୁ ଠିକାରେ ନେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ କୁଲାଙ୍ଗି ତଥା ନିକଟବର୍ତ୍ତୀ ଗ୍ରାମ ଗୁଡ଼ିବନ୍ଧ,ପଳାଶପଲ୍ଲୀ,ପର୍ଶୁଲୁଣ୍ଡା ସହ ଗ୍ରାମବାସୀଙ୍କ ସୁବିଧାଜନକ ଯାତାୟାତ ଓ ବୃହତ୍ ଅର୍ଥନୈତିକ ଉନ୍ନତି ହେବା ସହିତ ବେଲଗୁଣ୍ଠା ଏବଂ ସୋରଡ଼ା ବ୍ଳକ୍ ମଧ୍ୟରେ ସଂଯୋଗ ସ୍ଥାପନ କରିପାରିବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ।
ସେହିପରି ବେଲଗୁଣ୍ଠା ବ୍ଲକ ପରିସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟ ପଛପଟ ଠାରୁ ଭାୟା ଗୁଡ଼ିପଲି,କଣଭାଗ,ତନରଡ଼ା ଦେଇ ଶରଧାପୁର ରାସ୍ତାର ପ୍ରାୟ ସାତ କୋଟି ଟଙ୍କା ବ୍ୟୟରେ"ଉନ୍ନତି କରଣ" ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଏହି ପ୍ରକଳ୍ପକୁ ଠିକାଦାର ଗୋପାଳ ପଣ୍ଡା ଠିକାରେ ନେଇଥିବା ବେଳେ ଆଜିର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ବିଷୋୟୀ,ସୋରଡ଼ା ବ୍ଳକ୍ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ବେଲଗୁଣ୍ଠା ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ ରାଉତ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ଜୟରାମ ନାୟକ, ସଞ୍ଜୟ ପ୍ରଧାନ,ଖଇରପୁଟି ସରପଞ୍ଚ ସତ୍ୟବାନ୍ ସ୍ୱାଇଁ, ବେଣିପଲି ସରପଞ୍ଚ ଦୁର୍ଗାମାଧବ ନାୟକ,ଅଚ୍ୟୁତ ସାହୁ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପାଇଲିପଡା ସରପଞ୍ଚ ଶିବରାମ ମହାରଣା, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା,ଯୁବ ନେତା ବୁଲୁ ଲେଙ୍କା,ମଣ୍ଡଳ ସଭାପତି ସଞ୍ଜୟ ଜେନା, ବେଲଗୁଣ୍ଠା ମଣ୍ଡଳ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ,ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର,ମଧୁସୂଦନ ପରିଡ଼ା, ସମିତିସଭ୍ୟ ଶ୍ୟାମ ସୁନ୍ଦର ନାୟକ,ପ୍ରଫୁଲ୍ଲ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାସ୍ତାର ସଂପ୍ରସାରଣ ଦ୍ଵାରା ବେଲଗୁଣ୍ଠା ବ୍ଲକର ଗୁଡ଼ିପଲ୍ଲୀ, ଠେଙ୍ଗାଧର, ସୋଡ଼ଙ୍ଗୀ,କଣଭାଗ,ସରପଲ୍ଲୀ ଆଦି ଗ୍ରାମର ଜନସାଧାରଣଙ୍କ ଗମନାଗମନ ଅଧିକରୁ ଅଧିକ ସୁଗମ ହେବ ଏବଂ ଆମ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ବିଷୋୟୀ ରାସ୍ତାଘାଟ ନିର୍ମାଣକୁ ଗରୁତ୍ଵ ଦେଉଥିବା ବେଳେ ବର୍ତ୍ତମାନ ସୋରଡ଼ା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଳକ୍ ରେ ବିଭିନ୍ନ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଜନ ସାଧାରଣ ବିଧାୟକ ଶ୍ରୀ ବିଷୋୟୀଙ୍କୁ କୃତଜ୍ଞତା ଜଣାଇଛନ୍ତି।







