ହେଡଲାଇନସ୍:

ଦେବଗଡ଼ର ବିଜେପି କର୍ମୀ ଓ କଂଗ୍ରେସ କାଉନ୍‍ସିଲର ବିଜେଡିରେ ମିଶିଲେ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 

ଭୁବନେଶ୍ୱର/chakradhar majhi : ଦେବଗଡ଼ ଜିଲ୍ଲା ରିଆମାଳ, ତିଲେଇବଣି ଓ ବାରକୋଟ୍‍ ବ୍ଲକର ବିଜେପିର ୪ ସମିତି ସଭ୍ୟ, ୪ ଜଣ ସରପଞ୍ଚ, କଂଗ୍ରେସ କାଉନ୍‍ସିଲର ମନୋଜ ମଞ୍ଜରୀ ସେଠିଙ୍କ ସହ ଶତାଧିକ ବିଜେପି କର୍ମୀ ଚିତ୍ତ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଭାବେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚାର ସୁକଦେବ ଭଞ୍ଜ, ଆଶିଷ କପରଦାର, ମାନସ ଖଡ଼ିରନô, ରିପାନ୍‍ ସାହୁ, ଏମ୍‍ଡି ମୋସୁଲ ପ୍ରମୁଖ ଅନ୍ତର୍ଭୁକ୍ତ । ୧୧ ଆସନ ବିଶିଷ୍ଟ ଦେବଗଡ଼ ପୌରପାଳିକାରେ ପୂର୍ବରୁ ୧୦ଜଣ କାଉନ୍‍ସିଲର ବିଜେଡିର ଥିବାବେଳେ ଆଜି ମନୋଜ ମଞ୍ଜରୀ ସେଠି ବିଜେଡିରେ ଯୋଗଦାନ ଫଳରେ ସମସ୍ତ କାଉନ୍‍ସିଲର ବିଜେଡିର ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଯୋଗ ଦେିଛନ୍ତି ବୋଲି କହିଛନ୍ତି ସେମାନେ  ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା  ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ଦେବଗଡ଼ ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ । ନବୀନ ନିବାସରେ ଅନୁଷ୍ଠିତ ଏହି ମିଶ୍ରଣ ସମୟରେ ବିଧାୟକ ତଥା ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୀବ ସାହୁ, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସୁଧୀର କପରଦାର, ଜିଲ୍ଲା ପରିଷଦ ସଭ୍ୟ ନିବାନୀ ବେହେରା, ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସଭାପତି ଭୂପିନ୍ଦର ନାୟକ, ପୂର୍ବତନ ଅଧ୍ୟକ୍ଷା ବିଳାସିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault