
ବେଲଗୁଣ୍ଠା -:4/5/26-:(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ର ଦଶମ ବୋର୍ଡ ପରୀକ୍ଷା-୨୦୨୬ ରେ ଉତ୍ତୀର୍ଣ୍ଣ ଶିଶୁମାନଙ୍କୁ ଆଜି ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶେଷ କରି ବିଦ୍ୟାଳୟର ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ର ଶ୍ରୀମାନ ଚନ୍ଦ୍ରଶେଖର ସେଠୀଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଉଥିଲା। ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ରପାଣିଗ୍ରାହୀ ଏବଂ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଶ୍ରୀ ଏସ.ରାଜେଶ୍ଵର ପୃଷ୍ଟି , ପଣ୍ଡିତ ରାମକୃଷ୍ଣପତି,ବରିଷ୍ଠ ଶିକ୍ଷକ ଶ୍ରୀ ଅଜିତ୍ କୁମାର ପଣ୍ଡା ଏବଂ ଶ୍ରୀ ଶାନ୍ତନୁ ଶତପଥୀ ,ଭଂଜନଗର ସଙ୍କୁଳ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ରପଣ୍ଡା ଯୋଗଦାନ କରି ଶିଶୁମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଚାଳନା ସମିତିର କୋଷାଧକ୍ଷ ଶ୍ରୀ ଚିନଂ ରବୀନ୍ଦ୍ରନାଥ ସୁବୁଦ୍ଧି ,ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସଦସ୍ୟା ଶ୍ରୀମତୀ ଚିନଂ ସୁଜାତା ସୁବୁଦ୍ଧି ଶୁଭେଛୁ ଅଭିଭାବିକା ଶ୍ରୀମତୀ ରିଶିନା ଜେନା, ଶ୍ରୀମତୀ ସୁଜାତା ସାହୁ, ସସ୍ମିତାପାତ୍ର ଏବଂ ପୂର୍ବପରିଚାଳନା ସମିତି ସଦସ୍ୟ ଓ ସଦସ୍ୟା ଏବଂ ବହୁ ହିତାକାଂକ୍ଷୀ ଶୁଭେଛୁ ଉପସ୍ଥିତ ରହି ଶିଶୁ ତଥା ବିଦ୍ୟାଳୟର ମଙ୍ଗଳ କାମନା କରିଥିଲେ । ଇତ୍ୟବସରରେ ଅନୁଷ୍ଠାନର ନବନିର୍ମିତ ପାଞ୍ଚବଖରା ଶ୍ରେଣୀ ପ୍ରକୋଷ୍ଠ ପ୍ରତିଷ୍ଠା କରାଯାଇଥିଲା । କର୍ତ୍ତା ଭାବେ ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ ଓ ତା'ଙ୍କ ସହଧର୍ମିଣୀ ଦାୟିତ୍ଵ ନିର୍ବାହ କରିଥିଲେ । ଅନୁଷ୍ଠାନର ସମସ୍ତ ସେବାବ୍ରତୀ ସମୁହ ହନୁମାନ ଚାଳିଶା ଗାନ କରି ବା ସହ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା।
ରାଜ୍ୟ
ଦଶମ ପାସ୍ ଶିଶୁଙ୍କୁ ସମ୍ବର୍ଦ୍ଧନା ଓ ବିଦ୍ୟାଳୟ ନୂତନ ପ୍ରକୋଷ୍ଠ ପ୍ରତିଷ୍ଠା
- Hits: 68







