ନବରଙ୍ଗପୁର, ୨୯ ମଇ ୨୦୨୬: ଆଜି ଅଶୋକ ମେହେତା ସମ୍ମିଳନୀ କକ୍ଷ,ନବରଙ୍ଗପୁରଠାରେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଡ. ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ [SIR] କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ।
ଜିଲ୍ଲାପାଳ ସାମ୍ୱାଦିକ ସମ୍ମିଳନୀ ରେ ଭାରତିୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲାରେ ମତଦାତା ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଜିଲ୍ଲାରେ ଆରମ୍ଭ ହୋଇଛି ବୋଲି କହିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ କରିବା, ଅଯୋଗ୍ୟଙ୍କ ନାମ ବାଦ ଦେବା ଏବଂ ତାଲିକାକୁ ସଠିକ୍, ଅଦ୍ୟତନ,ସମ୍ପୂର୍ଣ୍ଣ ଓ ତ୍ରୁଟିମୁକ୍ତ କରିବା ବୋଲି ସୂଚନା ଦେଇଛନ୍ତି।
ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତସ୍ତରେ ବୁଥ୍ ସ୍ତରୀୟ ଅଧିକାରୀ [BLO] ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିଜ ନାମ, ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରି ଆବଶ୍ୟକ ପଡ଼ିଲେ ଫର୍ମ ନଂ. ୬, ୭, ୮ ମାଧ୍ୟମରେ ଆବେଦନ କରିବେ।ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ସେ ଜିଲ୍ଲାର ସମସ୍ତ ମତଦାତା,ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକ ସମାଜର ସହଯୋଗ ମଧ୍ୟ କାମନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରାଯାଇଥିଲା l ବର୍ତ୍ତମାନ ଜିଲ୍ଲାରେ ୭୩- ଉମରକୋଟ,୭୪ - ଝରିଗାଁ,୭୫ - ନବରଙ୍ଗପୁର ଏବଂ ୭୬ - ଡାବୁ ଗାଁ ନିର୍ବାଚନ ମଣ୍ଡଳୀ ରେ ମୋଟ ୮,୫୮,୩୪୯ ଜଣ ମତଦାତା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି।ତନ୍ମଧ୍ୟରୁ ପୁରୁଷ ଭୋଟର ୪୨୨୮୧୬ ,ମହିଳା ଭୋଟର ୪୩୫୪୭୩ ଏବଂ ତୃତୀୟ ଲିଙ୍ଗ ଭୋଟର ୬୦ ଜଣ ଅଟନ୍ତି।ଜିଲାରେ ସମୁଦାୟ ୯୯୪ ଗୋଟି ବୁଥ ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି l ପ୍ରତ୍ୟେକ ବୁଥ ସ୍ତରୀୟ ଆଲୋଚନା ଅଧିକାରୀ ଙ୍କ ନିକଟରେ ୪ ଜଣ ସେଚ୍ଛାସେବୀ ରହିବେ।୩୦.୫.୨୦୨୬ ତାରିଖ ରୁ ଆରମ୍ଭ ହୋଇ ୨୮.୬.୨୦୨୬ ପର୍ଯ୍ୟନ୍ତ ବି ଏଲ ଓ ମାନେ ଘର କୁ ଘର ଯାଇ ପରିଗଣନା ଫର୍ମ ଦେବେ ଏବଂ ମତଦାତା ତାହା ପୁରଣ କରି ବି ଏଲ ଓ ଙ୍କୁ ଫେରସ୍ତ କରିବେ।ଆସନ୍ତା ୫.୭.୨୦୨୬ ରିଖ ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।୫.୭.୨୦୨୬ ରୁ ୪.୮.୨୦୨୬ ରିଖ ମଧ୍ୟରେ ମତଦାତା ନିୟମ ଅନୁଯାୟୀ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ।ସେଭଳି ୫.୭.୨୦୨୬ ରୁ ୨.୯.୨୦୨୬ ମଧ୍ୟରେ ନୋଟିସ ଜାରି ଏବଂ ଦାବି/ ଆପତ୍ତି ର ନିଷ୍ପତି କରାଯିବ।ଆସନ୍ତା ୬.୯.୨୦୨୬ ତାରିଖ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ମତଦାତା ଅଧିକ ସୁଚନା ପାଇଁ voters.eci.gov.in ପରିଦର୍ଶନ ସହ ECINET ଆପ ବ୍ୟବହାର କରିପାରିବେ।
ଏହି ଅବସରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଡ଼ ପ୍ରମୋଦ କୁମାର ପୃଷ୍ଟି,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକଟର ନିର୍ବାଚନ ଚିନ୍ମୟ ସାହୁ, ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼. ଅଶୋକ କର୍ଣ୍ଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ନିର୍ବାଚନ
ଶାଖା ର କର୍ମଚାରୀ ଏବଂ ଗଣମାଧ୍ୟମ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ଥିଲେ।







