ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପାଇକ ବାଙ୍କଚରା ଗ୍ରାମର ୮୨ ବର୍ଷୀୟ ନିତ୍ୟାନନ୍ଦ ସାହୁଙ୍କ ଦୀର୍ଘ ୨୦ ବର୍ଷର ପରିବେଶ ସୁରକ୍ଷା ଅଭିଯାନରେ ବାଧକ । ତାଙ୍କ ଦ୍ୱାରା ଲଗାଯାଇଥିବା ୮ଟି ଆମ୍ବ ଗଛକୁ ଦୁର୍ବୃତ୍ତମାନେ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଜିଲ୍ଲା ପ୍ରଶାସନ, ପୋଲିସ ଓ ବନ ବିଭାଗ ନିକଟରେ ନ୍ୟାୟ ଦାବି ଜଣାଇଛନ୍ତି।
ନିତ୍ୟାନନ୍ଦ ସାହୁ ପ୍ରାୟ ୨୦ ବର୍ଷ ଧରି ନିଜ ଖର୍ଚ୍ଚରେ ଗଛ ଲଗାଇ ଆସୁଛନ୍ତି।୧୦ ହଜାର ଗଛ ଲଗାଇବା ଲକ୍ଷ ଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରାୟ ୯ ହଜାର ଗଛ ବଞ୍ଚି ରହିଛି। ଶାଗୁଆନ, ଆକାଶିଆ, କାଜୁ, ଆମ୍ବ, ପଣସ, ନଡ଼ିଆ, ବାଉଁଶ, ବରଗଛ, ଚନ୍ଦନ ଓ ବିଭିନ୍ନ ଔଷଧୀୟ ଗଛ ସେ ନିଜ ପୈତୃକ ଜମିରେ ଲଗାଇଛନ୍ତି। ଗଛର ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ସେ ଦୁଇଟି ପୋଖରୀ ମଧ୍ୟ ଖୋଳିଛନ୍ତି, ଯାହାରୁ ଚାଷୀମାନେ ଉପକୃତ ହେଉଛନ୍ତି। ସମ୍ପ୍ରତି ଉଦ୍ୟାନ କୃଷି ବିଭାଗରୁ ଆଣିଥିବା ୨୦୦ଟି ଆମ୍ବ ଚାରା ମଧ୍ୟରୁ ପୋଖରୀ କୂଳରେ ଲଗାଯାଇଥିବା ୮ଟି ଗଛକୁ ଗତ ୧୨ ତାରିଖରେ କେହି ଉପାଡ଼ି ନେଇଥିବା ସ
ଅଭିଯୋଗ କରିଛନ୍ତି। “ଏହି ଗଛଗୁଡ଼ିକ ମୋର ପରିଶ୍ରମ ଓ ଭଲପାଇବାର ପ୍ରତୀକ,” ବୋଲି ସେ କହିଛନ୍ତି।
ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଅବଶିଷ୍ଟ ଗଛର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଦାବି ପୂରଣ ନହେଲେ, ଆସନ୍ତା ୧ ଜୁନରୁ ନିଜ ଗ୍ରାମରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି ସେ ସଚେତନ କରିଛନ୍ତି।
ରାଜ୍ୟ
୯ ହଜାର ବୃକ୍ଷ ରୋପଣକୁ ବାଧକ;୮ ଆମ୍ବ ଗଛ ଉପାଡ଼ିବା ଘଟଣାରେ ନ୍ୟାୟ ଦାବି
- Hits: 98







