ନବରଙ୍ଗପୁର: 28/05/2026,ଅଶୋକ ସାହୁ:ଓଡ଼ିଶା ଫୁଟବଲ୍ ସଂଘ ଆନୁକୁଲ୍ୟରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଉ ଥିବା ଜନାଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ବାଇଶି ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା ହୋଇଛି। ସେମାନେ ହେଲେ ମନିଜୁଲା ଗଣ୍ଡ, ଖୁସି ପୋଦ୍ଦାର, ଚାନ୍ଦିନୀ ଗଣ୍ଡ, ପୂର୍ଣ୍ଣିମା ଗଣ୍ଡ, ପୁଷ୍ପା ଗଣ୍ଡ, ଅନିତା ଗଣ୍ଡ, ନମିତା ଗଣ୍ଡ, ପୂତାନା ମାଝୀ, ପିଙ୍କି ଗଣ୍ଡ, ପର୍ମେଶ୍ୱାରି ଗଣ୍ଡ, ଉମେଶ୍ରୀ ଗଣ୍ଡ, ନାଇକା ବର୍ଷା, କାମିନୀ ଗଣ୍ଡ, ଟିକିଲି ସରକାର, ଖିଲେଶ୍ୱରି ଗଣ୍ଡ, ରଜନୀ ଗଣ୍ଡ , ସରିତା ମାଝୀ, ରଶ୍ମିତା ଗଣ୍ଡ, ଭାରତୀ ଗଣ୍ଡ, ଅନ୍ଵିଲତା ଖରା ପ୍ରମୁଖ ସୁଯୋଗ ପାଇଛନ୍ତି। ଉକ୍ତ ଦଳ ଚୟନ ନିମନ୍ତେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ପ୍ରାକ୍ତନ ସନ୍ତୋଷ ଟ୍ରଫି ଖେଳାଳି ତଥା ବରିଷ୍ଟ କ୍ରୀଡାବିତ୍ ପ୍ରଶାନ୍ତ ବେହେରା। ଦୂର୍ଯ୍ୟ ହରିଜନ, ଫିରୋଜ ହିଆଲ ଏବଂ ଲାଲୁ ହରିଜନ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା। ସୂଚନା ଯୋଗ୍ୟ ଯେ ଉକ୍ତ ଚୟନ ନିମନ୍ତେ ଆଠ ଦିନିଆ ଚୟନ କାର୍ଯ୍ୟକ୍ରମ ରଖାଯାଇଥିଲା ଏବଂ ଏଥି ପୂର୍ବରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥି ମଧ୍ୟରୁ ଜିଲ୍ଲାରୁ ମୋଟ ୪୦ ଜଣ ଖେଳାଳି ଚୟନ ହୋଇଥିଲେ। ସେମାନେ ସମସ୍ତ ଙ୍କୁ ନେଇ ୪ ଟି ଦଳରେ ଭାଗ କରି ଖେଳା ଯାଇଥିଲା ଏବଂ ତନ୍ମମଧ୍ୟରୁ ଅନ୍ତିମ ୨୨ ଜଣ ଖେଳାଳି ଚୟନ କରାଯାଇଛି। କ୍ରୀଡାବିତ୍ ସପନ ବୈରାଗୀ ଏବଂ ଶଶାଙ୍କ ଶେଖର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଦଳ ର ସଫଳତା ନିମନ୍ତେ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରୀଡା ସମ୍ପାଦକ ଜିତେନ୍ଦ୍ର ଚୌଧରୀ, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି।
ରାଜ୍ୟ
ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ବାଳିକା ଦଳ ଘୋଷିତ
- Hits: 23







