ହେଡଲାଇନସ୍:

ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର / ଜୟଶଙ୍କର ଦାଶ :  ସୋମବାର ପୂର୍ବାହ୍ନରେ ସୁକିନ୍ଦା ବ୍ଲକ  କାର୍ଯ୍ୟାଳୟ ଠାରେ ଜିଲ୍ଲା  ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକି୍ରୟାରେ କରିବାକୁ ପରାମର୍ଶ   ଦେଇଥିଲେ ।  ଏହି ଶୁଣାଣିରେ  ମୋଟ ୧୨୧ ଗୋଟି ଅଭିଯୋଗ  ମଧ୍ୟରୁ ୧୦୮ ଗୋଟି ବ୍ୟକ୍ତିଗତ, ୦୫ ଗୋଟି ସାମୁହିକ,  ରେଡକ୍ରସ ସହାୟତା  ପାଇଁ ୦୨ ଗୋଟି ଆବେଦନ ମିଳିଥିବା ବେଳେ ଚିକିସôା ସହାୟତା ପାଇଁ  ୫,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ସହାୟତା ପାଇଁ ୦୬ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ  ସେମାନଙ୍କୁ ୫୫,୦୦୦/-  ଟଂକା  ପ୍ରଦାନ କରାଯାଇଥିଲା ।  ଶିବିରରେ ତତ୍କାଳ  ୫୩ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।  ଆସନ୍ତା ୨୭ ତାରିଖରେ ଧର୍ମଶାଳା ବ୍ଲକ  କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣି  ଓ  କୃଷି ସମାଧାନ  ଶିବିର  ଅନୁଷ୍ଠିତ  ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ  ପକ୍ଷରୁ  ପ୍ରକାଶ । 

ଏହି  ଶିବିରରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ ଖାଁ, ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଊପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଡେପୁଟୀ କଲେକ୍ଟର ଇନ୍ଦିରା ବେହେରା, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କ ସମେତ ଅନ୍ୟାନ୍ୟ  ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ 

0
0
0
s2sdefault