ହେଡଲାଇନସ୍:

ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କିତ ଦାଖଲ ହୋଇଥିବା ବିଭ୍ରାନ୍ତିକର ତଥ୍ୟର ପୁନର୍ବିଚାର ପାଇଁ ଦାବି l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମୀଙ୍କୁ ସମୟ ଦେଲେନାହିଁ l

  • ଦାବି ପତ୍ର ଦେବାକୁ ଯିବା ବେଳେ ଉଠାଇ ନେଲା ପୁଲିସ l

  • ଏହା କଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର?: ମହାନଦୀ ବଞ୍ଚାଓ ଆନ୍ଦୋଳନ

ଭୁବନେଶ୍ୱର ତା ୨୨/୫ l ଟ୍ରିବୁନାଲ ପାଖରେ ଯୁଗ୍ମ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ମହାନଦୀରେ ଉପଲବ୍ଧ ଜଳ ରାଶିର ତଥ୍ୟ ବିଭ୍ରାନ୍ତିକର ଓ ଏହା ଓଡିଶା ସ୍ୱାର୍ଥର ପରିପନ୍ଥୀ ବୋଲି ଅଭିହିତ କରି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରାଯାଇଥିଲା l ଗତ ମେ ମାସ  ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସମୟ ମଗା ଯାଇଥିଲା ଏବଂ ମେ ୨୦ ତାରିଖ ସୁଦ୍ଧା ଆଲୋଚନା ପାଇଁ ନିବେଦନ କରାଯାଇଥିଲା l ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୌଣସି ସନ୍ଦେଶ ନମିଳିବାରୁ ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ଢେଟିବା ପାଇଁ ପ୍ରୟାସ କରିଥିଲେ l ସକାଳ ୯.୩୦ ମିନିଟ ସମୟରେ ଆନ୍ଦୋଳନକlରି ମାନେ ଲୋକ ଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହେବା ପରେ ମୁଖରାମନ୍ତ୍ରୀଙ୍କ ବାସଭବନ ଯିବା ବେଳେ ପୁଲିସ ସେମାନଂକୁ ଉଠାଇ ନେଇ କ୍ୟାପିଟାଲ ଥାନାରେ ଅଟକାଇ ରଖିଥିଲା l
ମହାନଦୀ ଜଳ ବିବାଦ ଏକ ଅତି ସ୍ପର୍ଶ କାତର ପ୍ରସଙ୍ଗ ଏବଂ ଏହା ସହିତ ଓଡ଼ିଶାର ସ୍ୱାର୍ଥ ଜଡିତ l ଏଭଳି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଏକ ଆଲୋଚନା ପାଇଁ ନିବେଦନ ଯଦି ପୁଲିସ ଗିରଫଦାରୀରେ ପରିଣତ ହୁଏ ତେବେ ତାହା ଦୁର୍ଭାଗ୍ୟ ଜନକ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l ଏହା କଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କର ଆଚରଣ ଓ ବ୍ୟବହାର ବୋଲି ସେ ପ୍ରଶ୍ନ କରିଛନ୍ତି l
ପ୍ରକାଶ ଥାଉକି ଓଡିଶା ଓ ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ଗତ ମେ ମାସ ୨ ତାରିଖରେ ଅନୁଷ୍ଠିତ ଶୁଣାଣି ସମୟରେ ମହାନଦୀ ରେ ଉପଲବ୍ଧ ଜଳ ରାଶିର ତଥ୍ୟ ବା ଡାଟା ପ୍ରଦାନ କରିଥିଲେ l ଏହି ତଥ୍ୟ ଅନୁଯାଇ ମହାନଦୀରେ ମୋଟ ଉପଲବ୍ଧ ଜଳ ର ପରିମାଣ ୬୨.୩୬ ମିଲିୟନ ଏକର ଫୁଟ, ନରାଜ ପାଖରେ ୫୬.୨୯ ହୀରାକୁଦ ଉପର ମୁଣ୍ଡରେ ୩୨.୮୩ ଓ ଛତିଶଗଡ଼ ଓଡିଶା ସୀମାରେ ୨୮.୪୮ ମିଲିୟନ ଏକର ଫୁଟ ପାଣି ଉପଲବ୍ଧ l ବାର୍ଷ ସାରା ମହାନଦୀରେ ଉପଲବ୍ଧ ପାଣି ର ହାରାହାରି ହିସାବ କୁ ନେଇ ଏହି ଡାଟା ବା ତଥ୍ୟ ପ୍ରସ୍ତୁତ ହୋଇଛି ଯାହା ଅଣ ମୌସୁମୀ ସମୟରେ ଓଡ଼ିଶାର ଜଳ ସଂକଟକୁ ଅଣ ଦେଖା କରିଛି l ପୁନଶ୍ଚ ଛତିଶଗଡ଼ ସହିତ ଓଡ଼ିଶାର ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ରେ ମହାନଦୀ ବେସିନରେ ଯେତିକି ପାଣି ଉପଲବ୍ଧ ନୁହଁ ତାଠାରୁ ଅଧିକ ପାଣି ରଖିବା ପାଇଁ ମସୁଧା କରିଛି l ଛାତିଶଗଡ଼ରେ ଉପଲବ୍ଧ ପାଣି ର ପରିମାଣ ୨୪.୨୧ ମିଲିୟନ ଏକର ଫୁଟ ଥିବା ବେଳେ ସେ ରାଜ୍ୟ ୨୭.୪୮ ମିଲିୟନ ଏକର ଫୁଟ ପାଣି ବ୍ୟବହାର ପାଇଁ ଦାବି କରୁଛି l ସେଥିପାଇଁ ସେ ଛତିଶଗଡ଼ ବେସିନରେ ଅସଂଖ୍ୟ ବନ୍ଧ, ଆନିକଟ, ବ୍ୟାରେଜ ଇତ୍ୟାଦି ବେଆଇନ ଭାବରେ ନିର୍ମାଣ କରିଛି l ଏହାକୁ ନେଇ ଛାତିଶଗଡ଼ ସହିତ ଆମର ବିବାଦ l ବେଆଇନ ଭାବରେ ଛତିଶଗଡ଼ ଏତେ ସଂଖ୍ୟକ ଜଳ ପ୍ରକଳ୍ପ କରିଥିବାରୁ ଓଡ଼ିଶାରେ ବିଶେଷକରି ହୀରାକୁଦକୁ ଜଳ ପ୍ରବାହ କମି ଯାଇଛି l ଏକଥା ନିଜେ ମୁଖ୍ୟମନ୍ତ୍ରୀ ତାଙ୍କର ବିବରଣୀ ବିଧାନସଭାରେ ଉପସ୍ଥାପିତ କରିଛନ୍ତି l ଦୁର୍ଭାଗ୍ୟ ବଶତଃ ସମ୍ପ୍ରତି ଯେଉଁ ଡାଟା ବା ତଥ୍ୟ ଟ୍ରିବୁନାଲ ପାଖରେ ଦାଖଲ ହୋଇଛି ତାହା ଏହି ଦିଗ ପ୍ରତି ଆଖି ବୁଝି ଦେଇଛି ଯାହା ଓଡିଶା ପାଇଁ ଆତ୍ମଘାତି l ଜଳ ବିବାଦର ସମାଧାନ ପୂର୍ବରୁ ଛତିଶଗଡ଼ ପାଖରେ ଓଡ଼ିଶାର ଆତ୍ମ ସମର୍ପଣର ଏହା ହେଉଛି ବଳିଷ୍ଠ ନମୁନା l
ଏହି ଡାଟାକୁ ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବା ପାଇଁ ଦାବି କରି ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ ର କର୍ମୀ ମାନେ ଏହି ପ୍ରଦର୍ଶନ କରିଥିଲେ l ଏଥିରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଶ୍ରୀ ମନୋଜ ଜେନା, ଗିରିଜା ଶଙ୍କର ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଦୀପ୍ତ ନାୟକ, ବାସୁଦେବ ଭଟ୍ଟ, ପ୍ରଦୀପ ପ୍ରଧାନ, ପ୍ରସନ୍ନ ବିଶୋଇ, ସରିତା ସାମଲ, ପ୍ରଭାସିନୀ ରାଉତ, ଆଦର୍ଶ ଦାସ, ସମୀର ରଞ୍ଜନ ରାଉତରାୟ, ଅଭୟ କୁମାର ମିଶ୍ର, ଡ଼ ଶୁଭ୍ରାଂଶୁ ରାୟ, ହରିବନ୍ଧୁ ଶତପଥି, ବିଜ୍ଞାନ ଭୂୟାଁ , ମନୋଜ ବାରିକ, ନିଗମ ଜ୍ୟୋତି ପଣ୍ଡା, ବୈକୁଣ୍ଠ ସ୍ୱାଇଁ, ରେହେମନ ଖାଁ, ରିଙ୍କି ସାହୁ, ଆଲୋକ ମହାପାତ୍ର, ବିଶ୍ୱଜିତ ପଣ୍ଡା, ଦିଶା ଆଜାଦ ପ୍ରମୁଖ ନେତୃତ୍ୱ ନେଇଥିଲେ l
0
0
0
s2sdefault