ନିଳଗିରି: ଗୋଟାଏ ରକ୍ତରୁ ଜନ୍ମିତ ଦୁଇ ଭଉଣୀ ଓ ଦୁଇ ଭାଇ। ଘର, ଜମିବାଡ଼ି ସବୁ ଅଛି। ମାତ୍ର ବଡ଼ ଭାଇ ସବୁ ସମ୍ପତ୍ତିକୁ ହାତେଇବା ପାଇଁ ନିଜର ଭଉଣୀକୁ ଘରେ ରଖୁ ନ ଥିବା ବେଳେ ବଜାର ଘାଟ ବୁଲି ମାଗି ଖାଉଥିବା ବେଳେ ବଡ଼ ଭାଇ ନିଜର ମାନବିକତାକୁ ଭୁଲି ଭଉଣୀକୁ ଚାହିଁ ନ ଥିଲା। ବର୍ଷ ବର୍ଷ ଧରି ଭଉଣୀ ନିଳଗିରି, ବାଲେଶ୍ୱର ସହରରେ ବୁଲୁଥିବା ବେଳେ ଅସହାୟ ମହିଳାକୁ ବାରେଶ୍ୱର ସଦର ଥାନା ପୋଲିସ ମହିଳାକୁ ଉଦ୍ଧାର କରି ନୀଳଗିରି ଘାଟଘରସାହି ରେ ଥିବା ପୈତୃକ ଘରେ ତାର ଭାଇ ଭଗବାନ ମହନ୍ତ କୁ ହସ୍ତାନ୍ତର କରିଛନ୍ତି। ମାତ୍ର ଭାଇ ଘର ଭିତରକୁ ଭଉଣୀକୁ ପ୍ରବେଶ କରିବାକୁ ଦେଉ ନାହିଁ। ଫଳରେ ଭଉଣୀ ଫାଟକ ଆଗରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ନିଳଗିରି ଘାଟଘରସାହି ଗ୍ରାମର ଭାଗବତ ମହନ୍ତ ଦୁଇ ଝିଅ ଓ ଦୁଇ ପୁଅ ରହିଥିବା ବେଳେ ଗୋଟାଏ ଝିଅ ବିବାହ ହୋଇଥିବା ବେଳେ ଅନ୍ୟ ଝିଅ ପାର୍ବତୀ ମହନ୍ତ ସେତେବେଳେ ପିଲାମାନଙ୍କୁ ପାଠ ପଢ଼ାଇ କିଛି ପଇସା ଘରକୁ ଦେଉଥିଲେ। ସମୟ ଚକ୍ରରେ ସାନ ପୁଅ ବାଲେଶ୍ୱରରେ ରହୁଥିବା ବେଳେ ବଡ଼ ପୁଅ ଭଗବାନ ମହନ୍ତ ସବୁ ସମ୍ପତି ନିଜ ଆୟତକୁ ଆଣିବା ପାଇଁ ଶେଷରେ ଭଉଣୀପାର୍ବତୀ କୁ ଘରେ ରଖୁ ନ ଥିଲେ। ଭଉଣୀ ପାର୍ବତୀ ଖାଇବା ବିନା ରୋଗଗ୍ରସ୍ତ ହୋଇ ପଡ଼ିଥିବା ବେଳେ ବାଲେଶ୍ୱର ସଦର ଥାନା ପୋଲିସ ଅସହାୟ ଅବସ୍ଥାରେ ମହିଳାଙ୍କୁ ଦେଖି ତା ଠାରୁ ସମସ୍ତ ଘଟଣା ବାବଦରେ ବୁଝିବା ପରେ ନିଳଗିରି ପୋଲିସ ସହାୟତାରେ ନିଜ ଘର ଘାଟଘରସାହି ଘରେ ପହଞ୍ଚି ତାର ଭାଇ ଭଗବାନ ମହନ୍ତକୁ ଭଉଣୀକୁ ଘରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଭଉଣୀକୁ ଘରେ ରଖିବୁ ନାହିଁ ବୋଲି ରୋକଠୋକ୍ ମନା କରିଦେଲେ। ୭୭ବର୍ଷର ଭଉଣୀ ଏବେ ଘର ଫାଟକ ଆଗରେ ଭାଇର ଘରେ ପ୍ରବେଶ କରିବାର ଅନୁମତି କୁ ଅପେକ୍ଷା କରି ଚାତକ ପରି ଚାହିଁ ରହିଛି। ତେବେ ଭାଇ ନିଜର ମାନବିକତାକୁ ଭୁଲି ଯିବ ନା ଭଉଣୀକୁ ଆଦରି ନେବ ଦେଖିବାକୁ ବାକିରହିଲା।
ରାଜ୍ୟ
ମାନବିକତା ହରାଇଲା ଭାଇ, ୭୦ବର୍ଷର ଭଉଣୀକୁ ଅଣଦେଖା, ଘର ଫାଟକ ଆଗରେ ବସିଛି ଭଉଣୀ।
- Hits: 20







