ଓଡ଼ଗାଁ ଡ଼ଗାଁ ୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଦଲକ ଛକସ୍ଥିତ ମା’ ଗୟଳ ସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୫ମ “ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ” ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ପୁରୀର ବ୍ୟାସସନ୍ଥ ଶିବରାମ ଦାସ ମହାରାଜଙ୍କ ପରିଚାଳନା ରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରତିଦିନ ସନ୍ଧ୍ୟାବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଭକ୍ତମାନେ ଭକ୍ତିଭାବରେ ହନୁମାନ ଚାଳିଶା ଓ ମହାମନ୍ତ୍ର ପାଠ କରିବା ସହ ଭକ୍ତ ହନୁମାନ ଓ ରାମାୟଣ ଆଧାରିତ ପୌରାଣିକ କଥା ଶ୍ରବଣ କରୁଛନ୍ତି। ପଣ୍ଡିତ ଫକୀରମୋହନ ମିଶ୍ରଙ୍କ ସଭାପତିତ୍ୱରେ ପ୍ରତି ସନ୍ଧ୍ୟାରେ ପଣ୍ଡିତ ନାରାୟଣ ଦାଶ, ପଣ୍ଡିତ ଗୋପାଳ ରାଜଗୁରୁ ଓ ଚାରଣ ପଣ୍ଡିତ ହରିହର ଜେନାଙ୍କ ଦ୍ୱାରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଜ୍ଞାନଯଜ୍ଞ ଓ ପ୍ରବଚନ ପ୍ରଦାନ କରାଯାଉଛି। ଏହି ଆଧ୍ୟାତ୍ମିକ ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ଧର୍ମୀୟ ଚେତନା ଓ ଭକ୍ତିଭାବକୁ ଅଧିକ ସୁଦୃଢ଼ କରୁଥିବା ଦେଖାଯାଉଛି। ଓଡ଼ଗାଁ ଦଲକ ମା’ ଗୟଳ ସିଂହ ମନ୍ଦିର କମିଟି ଓ ଗ୍ରାମର ବୃଦ୍ଧମାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରମୋଦ ପାତ୍ରଙ୍କ ସହ ଅଞ୍ଚଳର ଯୁବସାଥୀମାନେ ସୁଚାରୁ ଭାବେ ପରିଚାଳନା କରୁଛନ୍ତି। ଗତ ୨୦ ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ଏହି ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୨୫ ତାରିଖରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।
ରାଜ୍ୟ
ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ
- Hits: 22







