ହେଡଲାଇନସ୍:

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ  ଶିକ୍ଷାକେନ୍ଦ୍ର ମାଣ୍ଡୋସିଲର ବାର୍ଷିକୋତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ଶ୍ରୀଅରବିନ୍ଦ ପୂଣ୍ଣା'ଙ୍ଗ ଶିକ୍ଷାକେନ୍ଦ୍ର ମାଣ୍ଡୋସିଲ ର ବାର୍ଷିକୋତ୍ସବ ପାଳିତ  ହୋଇଯାଇଛି। ଶ୍ରୀମା ଅରବିନ୍ଦ ଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ  ପରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ  ପରେ ସଭା କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା। ଶିକ୍ଷାନୁଷ୍ଠାନର ସଭାପତି ଗୋକୁଲା ନନ୍ଦ ଡନସନା ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ସଭାରେ ମୂଖ୍ୟ ଅତିଥି ପୂର୍ବତନ ବିଧାୟକ ତଥା ପୂର୍ବତନ ମୂଖ୍ୟସଚେତକ ସତ୍ୟ ଭୂଷଣ ସାହୁ ମଂଚାସୀନ ଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପାଇକମାଲ  ବ୍ଲକ ଜନକଲାଲ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା କୋଷାଗାର ଅଧିକାରୀ ନୂଆପଡ଼ା ସଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ।  ଅନ୍ୟତମ ସମ୍ମାନିତ ଅତିଥି ଦର୍ଲ୍ଲି ମୁଣ୍ଡା ହାଇସ୍କୁଲ ଶିକ୍ଷକ ରାଧେଶ୍ୟାମ ସାହା ଯୋଗ ଦେଇଥିଲେ  । ଶିକ୍ଷାନୁଷ୍ଠାନର ସମ୍ପାଦକ ମହେନ୍ଦ୍ର ଖୁଣ୍ଟିଆ ଓ ଅଧ୍ୟକ୍ଷ  ଗଙ୍ଗାଧର ରଣା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ |  ଅତିଥିମାନେ ଉନ୍ନତ ମାନର ଶିକ୍ଷା ପ୍ରଦାନ ଓ ଶିଶୁ ର ମାନସିକ ବିକାଶ ରେ ମା ଓ ଶିକ୍ଷକ ଭୁମିକା ସମାନ ଅଟେ ବୋଲି ଆଲୋକପାତ କରିଥିଲେ। ଶିକ୍ଷାନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କୃତି ଛାତ୍ର ଛାତ୍ରୀଙ୍କୁଅତିଥିମାନେ ମାନପତ୍ର ଓ ଟ୍ରଫି ପଦାନ କରିଥିଲେ। ଶେଷରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଥବିର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ  ବିରତିପରେ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ  ପରିବେଶଣ କରାଯାଇଥିଲା। 

0
0
0
s2sdefault