କେନ୍ଦ୍ରାପଡ଼ା:୨୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ର କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ ମେରେଇନ ଓ ମାର୍ଶାଘାଇ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ନାଳଣ୍ଡିଅପାଳନ୍ଦ ଗ୍ରାମର ସୁମିତ୍ରା ବେହେରା (ବୟସ-୩୦) ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ ଏବଂ କାଳନ୍ଦୀ ବେହେରା (ବୟସ-୫୫) ଙ୍କ ଠାରୁ ୧୬୦୦ କିଗ୍ରା ର ଗୁଡ ପୋଚ, ଗୋପାଲଜିପଟଣା ଗ୍ରାମର ଗଣେଶ୍ଵର ମଣ୍ଡଳ (ବୟସ-୫୦) ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ଦେବନ୍ଦ୍ରନାରାୟଣପୁର ଗ୍ରାମର ଶାନ୍ତିଲତା ମିର୍ଧା (ବୟସ-୬୦) ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ଗଙ୍ଗପଡ଼ା ଗ୍ରାମର ସସ୍ମିତା ପାତ୍ର (ବୟସ -୪୮) ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଇତିପୁର ଗ୍ରାମର ପ୍ରତାପ ଚନ୍ଦ୍ର ପ୍ରଧାନ (ବୟସ-୪୪) ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ଗୋଗୁଆ ଗ୍ରାମର ଅଲେଖ ପ୍ରଧାନ (ବୟସ-୪୫) ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ଓ ସନ୍ୟାସପୁର ଗ୍ରାମର ମଧୁସ୍ମିତା ବେହେରା ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୧୭୩୭ ଲିଟର ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୦୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ଛାଯାକାନ୍ତ ନାୟକ, ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ବାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ରାଜ୍ୟ
ଚୋରା ମଦ ଜବତ ୦୮ କୋର୍ଟ ଚାଲାଣ ।
- Hits: 17







