ହେଡଲାଇନସ୍:

"ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ଖୋର୍ଦ୍ଧା ରେ ସ୍ଥାସ୍ଥ୍ୟସେବା ବିପର୍ଯ୍ୟସ୍ତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଜରଙ୍ଗ ଦଳ ଖବରଦାତା ସମ୍ମିଳନୀ


ଖୋର୍ଦ୍ଧାରୁ (ସେକ ଜାଫର ):: ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ), ଖୋର୍ଦ୍ଧା ରେ ସ୍ଥାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଗତ କିଛି ମାସ ହେବ ଡିଏଚଏଚରେ ବଜରଙ୍ଗ ଦଳ ଲୋକଙ୍କୁ ସେବା ଯୋଗାଇ ଆସୁଛି । ବିଭିନ୍ନ ପ୍ରସଙ୍ଗରେ ଡିଏମଓ ଡା ଶ୍ୟାମାପ୍ରସାଦ ମିତ୍ର ଙ୍କୁ ସହ ଆଲୋଚନା କରାଯାଇଛି । ତେବେ ଗତ ୧୪ ତାରିଖରେ ଡିଏଚଏଚରେ କାଯ୍ୟରତ ସୁରକ୍ଷା କର୍ମୀ ମାନେ ଏପ୍ରିଲ ମାସର ମାସିକ ଦରମା ନପାଇ ଧାରଣା ଦେଇଥିଲେ । ବଜରଙ୍ଗ ଦଳ ଏକ ରାଷ୍ଟ୍ରବାଦୀ ଯୁବ ସଙ୍ଗଠନ ହିସାବରେ ସଂସ୍ଥା କତୃପକ୍ଷଙ୍କ ସହ ଆଲୋଚନା ପାଇଁ ଯାଇଥିଲେ । ସେହି ସମୟରେ ଡିଏମଓ ମିତ୍ର ଘଟଣା ସ୍ଥଳରେ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିବା ବେଳେ ଆମର କିଛି କର୍ମକର୍ତା ଏହାର ଚିତ୍ରତ୍ତୋଳନ କରୁଥିଲେ I ତେବେ ଡିଏମଓ ଉତ୍ୟକ୍ତ ହୋଇ କାହିଁକି ଭିଡିଓ କରୁଛ କହି ଗାଳିଗୁଳଜ କରିବା ସହ ହାତରୁ ମୋବାଇଲ ଛଡାଇବାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଡିଏମଓ ମିତ୍ର ଙ୍କୁ ଧରା ମାରିବା କଥା ସମ୍ପୂର୍ଣ ମିଥ୍ୟା । ବଜରଙ୍ଗ ଦଳ ନାଁ ନେଇ ଆମ ନାମରେ ଆଦର୍ଶ ଥାନାରେ ମିଥ୍ୟା ଅଭିଯୋଗ କରିଛନ୍ତି ।
ପୂର୍ବରୁ ଡିଏଚଏଚର ବିଭିନ୍ନ ସମସ୍ୟା ନେଇ ଡିଏମଓ ଏବଂ ସିଡିଏମଓ ଙ୍କୁ ଦାବିପତ୍ର ଦିଆଯାଇଛି । ଡିଏମଓ ଆକ୍ରୋଶ ମୂଳକ ଭାବେ ବଜରଙ୍ଗ ଦଳକୁ ବଦନାମ କରିଛନ୍ତି । ଡାକ୍ତରଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ଏହି ଘଟଣା ସମ୍ପର୍କରେ ଜିଲାପାଳ, ସିଡିଏମଓ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗୀୟ ମନ୍ତ୍ରୀ ଶାସନ ସଚିବଙ୍କୁ ମଧ୍ଯ ଇ-ମେଲ ଜରିଆରେ ଅବଗତ କରାଯାଇଛି । ଖୋଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଆର୍ଥୀକ ଅନିୟମିତତା, ଆଉଟସୋସିଂଙ୍କୁ ନିଯୁକ୍ତି ଦୁର୍ନୀତି ଘଟଣାର ତଦନ୍ତ କରିବାକୁ ବଜରଙ୍ଗ ଦଳ ଦାବି କରିଛି । ଡିଏମଓ ଏବଂ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଥ‌ିବା ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଗୁରୁବାର ଶ୍ରୀରାମକୃଷ୍ଣ ଗୋଶାଳାରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି ।
ଜିଲା ସଂଯୋଜକ ଉଦିତ୍ୟ ନାରାୟଣ ପ୍ରହରାଜ କହିଲେ ଯେ, ଗତ ୧୪ ତାରିଖ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ସହ କିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କୁ ମଧ୍ଯ ଅବଗତ କରାଯାଇଛି । ଡିଏମଓ ଅଭିଯୋଗ କ୍ରମେ ଆଦର୍ଶ ଥାନା ପକ୍ଷରୁ ସୁରକ୍ଷା କର୍ମୀ ସୁପରଭାଇଜରଙ୍କୁ ପୋଲିସ ଗିରଫ କରି କୋର୍ଟାଚାଲାଣ କରିଥିଲା । ସେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଦେଶର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଥିବା ସେ ସେନା ନିବୃତ କର୍ମଚାରୀଙ୍କୁ ଡିଏମଓ ଅପମାନିତ କରିଛନ୍ତି । ସେ ଆହୁରୀ ଅଭିଯୋଗ କରିଛନ୍ତି ଡିଏଚଏଚ ରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । ସୁରକ୍ଷା କର୍ମୀ ଏବଂ ଗତ କିଛି ଦିନ ତଳେ ମେଡିକାଲରେ ନିଯୁକ୍ତ ପାଇଥିବା ଆଉଟସୋଫି କର୍ମଚାରୀଙ୍କ ଠାରୁ ମୋଟା ଅଙ୍କ ନିଆଯାଇଛି । ଏହାର ଖୋଲାତାଡ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ । ସୁରକ୍ଷା କର୍ମୀଙ୍କୁ କିଏ ଫେବର ମାଗୁଛି, ବଜରଙ୍ଗ ଦଳ ପାଖରେ ସମ୍ପୂର୍ଣ ପ୍ରମାଣ ରହିଛି । ଠିକ ସମୟରେ ସମସ୍ତ କେଳେଙ୍କାରୀ ପର୍ଦାଫାଶ କରାଯିବ । ରୋଗୀଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ମେଡିକାଲରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ନିୟମିତ ସଫା କରାଯାଉନାହିଁ, ଏପରିକି ରୋଗୀଙ୍କ ପ୍ରତି ସାସ୍ଥ୍ୟକର୍ମୀଙ୍କ ବ୍ୟବହାର, ଉତମ ସେବାରେ ଅବହେଳା କରାଯାଉଥିବା ନେଇ ବଜରଙ୍ଗ ଦଳ ପକ୍ଷରୁ ସିଡିଏମଓ ଏବଂ ଡିଏମଓଙ୍କୁ ଅଭିଯୋଗ କରାଯାଉଛି । ଆମେ ଏହାର ସ୍ବର ଉତୋଳନ କରିବାରୁ ଆମକୁ ବିଶୃଙ୍ଖଳିତ ବୋଲି କହିବାକୁ ପଛାଇ ନାହାନ୍ତି । ଡିଏଚଏଚରେ କାଯ୍ୟରତ କେତେକ ନିର୍ଦିଷ୍ଟ ସମ୍ପ୍ରଦାୟର ସୁରକ୍ଷା କର୍ମୀଙ୍କ ପ୍ରତି ମେଡିକାଲ କତୃପକ୍ଷ ଅନୁକମ୍ପା ଦେଖାଉଛନ୍ତି । ଏବେ ଡିଏଚଏଚ ଘରୋଇ ଆମ୍ବୁଲାନ୍ସ ଆଡ୍ଡାସ୍ଥଳୀ ପାଲଟିଛି । ଏକାଧିକ ଆସୁଲାନ୍ସ ଫିଟନେସ ଇନସ୍ୟୁରାନ୍ସ ନଥିବା ବେଳେ ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା, ଅପରାଧିକ ମାମଲାରେ ଜଡିତ ରହିଥିବା ଜଣାପଡିଛି । ଏମାନେ ବାହାର ରୋଗୀଙ୍କୁ ଶୋଷଣ କରୁଥିବା ବେଳେ ଡିଏମଓ ନୀରବ କାହିଁକ ବୋଲି ପ୍ରଶ୍ନ କରିଛନ୍ତି । ସମସ୍ତ ଘଟଣାର ପର୍ଦାଫର୍ଶ କରାଯିବ ବୋଲି ସେ କହିଛନ୍ତି ।
ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ବଜରଙ୍ଗ ଦଳ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି କଡା ଚେତାବନୀ ଦେଇଛି ।
ଏହି ଖବରଦାତା ସମ୍ମିଳନୀରେ ବଜରଙ୍ଗ ଦଳ ସହ ସଂଯୋଜକ ଏସଏମ ଦିବ୍ୟ ପ୍ରକାଶ, ଗୋଶାଳା ସମ୍ପାଦକ ରାଧାମୋହ‌ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault