-
🔻ଛୁଆପିଲା ଧରି ହଇରାଣ ହେଲେ ସହ ସହ ଜନସାଧାରଣ ତଥାପି ହେଲା ନି ଆଧାର
-
🔻ଆଞ୍ଚଳିକ ପ୍ରଶାସନ ର ଭୁଲ ଵିଜ୍ଞାପନ ଯୋଗୁଁ ଜନସାଧାରଣ ହଇରାଣ
କୁଚିଣ୍ଡା/ଜମନକିରା (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତରେ ଲଗାତାର ଦୁଇ ଦିନଧରି ଚାଲିଥିଲା ନୂତନ ଆଧାର ପଞ୍ଜିକରଣ ସହ ଆଧାର ସଂଶୋଧନ ସମାପ୍ତ ହୋଇଯାଇଛି l ବୁଧୁବାର ଓ ଗୁରୁବାର ଆଧାର ସଂଶୋଧନ ଚାଲିଥିବା ବେଳେ ଅଢେଇ ସହ ରୁ ଅଧିକ ରେଜିଷ୍ଟେସନ ହୋଇଥିବା ବେଳେ ସର୍ବମୋଟ ୭୩ ଜଣଙ୍କ ହିଁ ଆଧାର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ହୋଇପାରିଛି l ଏହାକୁ ନେଇ ଦୂରଦୁରାନ୍ତରୁ ଆସିଥିବା ଅଧିକାଂଶ ଲୋକ ତାଙ୍କର ଆଧାର କାର୍ଡ ହୋଇନ ପାରିବାରୁ ପ୍ରଶାସନ ଉପରେ କ୍ରୋଧ ଦେଖାଇ ଚାଲି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତରେ ଆଧାର ସଂଶୋଧନ ପାଇଁ ସମ୍ବଲପୁର ଡାକ ଅଫିସ କାର୍ଯ୍ୟଳୟରୁ ଏକ କ୍ୟାମ୍ପ କରାଯାଇଥିଲା l ଏହାକୁ ଆଞ୍ଚଳିକ ପ୍ରଶାସନ ଡାକ ଅଫିସର କର୍ମକର୍ତ୍ତା ମଧ୍ୟ ୱାଟସପ ମାଧ୍ୟ୍ୟମରେ ବ୍ଲକଟି ସାରା ସମସ୍ତ କାଗଜ ପତ୍ରର ଵିଜ୍ଞାପନ ଦେଇ ଥିଲେ l ଵିଜ୍ଞାପନରେ ଜାତି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ବୋର୍ଡ ସାର୍ଟିଫିକେଟ, ଇ - ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର ଭଳି ଅନେକ ଡକୁମେଣ୍ଟ ଦର୍ଶାଯାଇଥିଲା କିନ୍ତୁ ତାହା ସର୍ତ୍ତେ ଜନସାଧାରଣ ହଇରାଣ ହୋଇ ସେଠୁ ଦୁଃଖିତ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା l ଜନସାଧାରଣଙ୍କ ଅଭିଯୋଗ ଯେ ଯିଏ ବହୁ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଛନ୍ତି ତାଙ୍କର ରଙ୍ଗିନ ଭୋଟର ପରିଚୟପତ୍ର, ଜନ୍ମ ପ୍ରମାଣପତ୍ର ଆଣିଥିଲେ ଆଧାର କାର୍ଡରେ ନାମ ବସିବ ବୋଲି ଜଣାଇଥିଲେ । ଆମେ ହଇରାଣ ହୋଇ ଏଠୁ ଯାଇନଥାନ୍ତୁ l ଆଗକୁ କୌଣସି ଜାଗାରେ ଆଧାର କ୍ୟାମ୍ପ କରାଗଲେ ଆମେ ଯିବୁନି ବୋଲି ଆସିଥିବା ଜନସାଧାରଣ କହିଛନ୍ତି । ସୁମନ୍ତ ପଟେଲ, ଗୋଲାପୀ ବଗର୍ତ୍ତୀ, ଯଶୋଦା, ସଞ୍ଜୁଲତା ମୁଣ୍ଡା, ଏହିପରି ଅନେକ ଲୋକଙ୍କ ଅନେକ ଅଭିଯୋଗ ରହିଛି ପୂର୍ବ କାଳରେ ଜନ୍ମ ପ୍ରମାଣପତ୍ର ମିଳି ପାରୁନଥିଲା, ଆମେ ପାଠ ମଧ୍ୟ୍ ପଢି ନି କଉଠୁ ଆଣିବୁ ସାର୍ଟିଫିକେଟ ଏତେ ଖରାରେ ଜୀବନ ବ୍ୟାକୁଳ ହୋଇ ଉଠୁଛି ପ୍ରଶାସନ ଏହିଭଳି ଭାବରେ ଯଦି ଜନସାଧାରଣଙ୍କୁ ହଇରାଣ କରେ ତେବେ ଆମ୍ଭେ କରିବୁ କଣ l ଏହାକୁ ନେଇ ସମ୍ବଲପୁର ଡାକ କାର୍ଯ୍ୟଳୟର ସମସ୍ତ କାର୍ଯ୍ୟ ବୁଝୁଥିବା ଅଧିକାରୀ ସମ୍ବିତ ସାହୁଙ୍କୁ ଫୋନ୍ ମାଧ୍ୟ୍ୟମରେ ବୁଝିବାରୁ ସେ କହିଥିଲେ ଏହିପରି ଭାବରେ କେମିତି ହେବ ଵିଜ୍ଞାପନ ସାହାଯ୍ୟରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି ଯାହାର କାଗଜ ପତ୍ର ଠିକ ନ ଥିବ ତାହାର ଆଧାର କାର୍ଡ ହେବ ନି ବୋଲି କହିଥିଲେ l ଜନସାଧାରଣଙ୍କୁ କେବଳ ସେଇ ଦୁଇ ଦିନ ଆଗରୁ ହିଁ ଵିଜ୍ଞାପନ ସାହାଯ୍ୟରେ ଜଣାଇଦିଆ ଯାଇଥିଲା କିନ୍ତୁ ରଙ୍ଗୀନ କାଗଜ ପତ୍ର ଆଣିବାକୁ କହୁଥିବା ଆଧାର କର୍ମଚାରୀଙ୍କ କଥା କହିବା ବେଳେ ଏହା ଶୁଣି ଶ୍ରୀ ସାହୁ ଚୁପ ରହି ଫୋନ୍ କାଟିଦେଇ ଥିଲେ l ଏହିଭଳି ଲୋକଙ୍କ ହଇରାଣକୁ ସରକାର ନଜରରେ ରଖି ପ୍ରଶାସନିକ ଅଧିକାରୀଙ୍କୁ କଡା ତାଗିତ କରିବାକୁ ଆସିଥିବା ଜନସାଧାରଣ ଦୁଃଖିତ ହୋଇ କହିଛନ୍ତି l







