ହେଡଲାଇନସ୍:

ଅବସର ପ୍ରାପ୍ତ ନୌସୈନିକଙ୍କ ଆକସ୍ମିକ ମୃତ୍ୟୁ କୁ ନେଇ ଶୋକରେ ବୁଡ଼ିଲା ଅଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ଥାନୀୟ ଯୁବକଙ୍କ ପାଇଁ ତିଆରି କରୁଥିଲେ ଅଗ୍ନିଯୋଦ୍ଧା ତାଲିମ କେନ୍ଦ୍ର।


ଉମରକୋଟ /ନବରଙ୍ଗପୁର 11/05/2026,ଗତକାଲି ଉମରକୋଟ ର ଉଦୀୟମାନ ଯୁବକ ତଥା ପୂର୍ବତନ ନୌସୈନିକ ଗୋଲଡ ସ୍ମିଥ ସୁମିତ (୩୬)ଙ୍କ ଆକସ୍ମିତ ମୃତ୍ୟୁ କୁ ସହରବାସୀ ସହଜରେ ଗ୍ରହଣ କରୁନଥିବା ବେଳେ, ଆଜି ତାଙ୍କର ଅନ୍ତିମ ଯାତ୍ରାରେ ହଜାର ହଜାର ଅନୁଗାମୀ ଓ ଛାତ୍ର ଛାତ୍ରୀ ସାମିଲ ହେଇଥିଲେ। ପୁରା ସହର ଯେମିତି ଶୋକ ରେ ବୁଡ଼ିଥିବା ନଜର କୁ ଆସିଥିଲା। ପ୍ରକାଶ ଥାଉ ଗୋଲଡ଼ସ୍ମିଥ ସୁମିତ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ ଶେଷ କରି ୧୮ବର୍ଷ ବୟସରେ ୨୦୦୮ ରେ ଭାରତୀୟ ନୌସେନା ରେ ସ୍କୁବl ଡାଇବେର ଅଫିସର ରେଙ୍କରେ ଚାକରି କରି ଭାରତ ମାଆର ସେବା କରିବା ର ସୌଭାଗ୍ୟ ଅର୍ଜନ କରିଥିବା ବେଳେ, ଦୀର୍ଘ ପନ୍ଦର ବର୍ଷର ସେବା ସମର୍ପଣ ରେ ୨୦୨୩ରେ ଅବସର ନେଇଥିଲେ। ଜନ୍ମମାଟିକୁ ଫେରିବା ବେଳକୁ ନିଜ ମାଟିରେ ଦେଶ ସେବା କରିବା ପାଇଁ ନୂଆ ଅଗ୍ନିବିର ସୃଷ୍ଟି କରିବା ସଂକଳ୍ପ ରଖିଥିଲେ। ପୁରା ଅଭିବକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଗଭୀର ସନ୍ତରଣ ଓ ସେନା ତାଲିମ କେନ୍ଦ୍ର AGR Physical and Defence ଖୋଲି ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ତାଲିମ ଦେଉଥିଲେ। ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁଯାୟୀ ସ୍ମିଥ ସୁମିତ ଛାତ୍ର ଅବସ୍ଥାରେ ଚିଲିକା ଭ୍ରମଣ ସମୟରେ ନୌକା ବୁଡି ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଓ ନିଜେ ଡ଼ଙ୍ଗା ଚାଳକ ସହାୟତା ରେ କୂଳକୁ ଆସିଲା ପରେ ନିଜକୁ ଜଣେ ଗଭୀର ବୁଡାଳି ସହ ସନ୍ତରଣ ଶିକ୍ଷା ଦିଗରେ ମନ ଦେଇଥିଲେ। ପରବର୍ତୀ ମୁହୂର୍ତ ରେ ସେ ନୌସେନା ରେ ଭର୍ତ୍ତି ହୋଇ ୧୦୦ ମିଟର ସ୍କୁବା ଡ୍ରାଇଭ ନାବିକ ଭାବରେ ରେକର୍ଡ ସୃଷ୍ଟି କରିଥିଲେ। ଆଜି ତାଙ୍କର ମର ଶରୀର ଜନ୍ମ ମାଟିରେ ପହଂଚିବା ପରେ ହଜାର ହଜାର ଅନୁଗାମୀ ଙ୍କ ସହ ପ୍ରଥମେ ତାଙ୍କ ମର ଶରୀରକୁ ତାଙ୍କ ସ୍ବପ୍ନ ର ତାମିଲ କେନ୍ଦ୍ର AGR Physical and Defence ଏକାଡେ଼ମୀ କୁ ନିଆ ଯାଇଥିଲା। ଏହି ନିରବ ଯାତ୍ରା ସମସ୍ତିଙ୍କୁ ସ୍ତବ୍ଦ କରିଥିଲା। ସ୍ଥାନୀୟ କବର ପତାରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ କବର ଦେବା ସମୟରେ, ପତ୍ନୀ ଅର୍ଚ୍ଚନା ମିଶ୍ର, ଝିଅ, ମାଆ G.ଦମୟନ୍ତି, ଭାଇ G.ସଲମନ ରାଜୁ ଓ ଆତ୍ମୀୟ ସ୍ୱଜନ ଙ୍କ ସହ ଅନୁଗାମୀ ମାନେ ବୀର ସନ୍ତାନ ଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ପୁରା ଅଂଚଳ ଭାରତ ମାତାକି ଜୟ ସ୍ଲୋଗାନ ରେ କମ୍ପିଭୂତ ହୋଇଥିଲା

0
0
0
s2sdefault