ହେଡଲାଇନସ୍:

ଅନୁଗୁଳରେ ପରିବେଶ ଓ ସାମୁଦାୟିକ ସମ୍ପର୍କ ପାଇଁ କ୍ରିକେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିନ୍ଦଲ ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍

 

ଅନୁଗୁଳ, ୧୦ ମଇ: ଜିନ୍ଦଲ ନଗର ସ୍ଥିତ ଜି-୧୧ ପଡ଼ିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଏବଂ ଜିନ୍ଦଲ ଷ୍ଟିଲ, ଅନୁଗୁଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିବା-ରାତ୍ର ଟି-୨୦ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଖେଳୁଆଡ଼ ମନୋଭାବକୁ ପ୍ରୋତ୍ସାହିତ କରିବା, ପରିବେଶଗତ ଦାୟିତ୍ୱବୋଧ ପ୍ରତି ଜାଗରଣ ସୃଷ୍ଟି କରିବା ଏବଂ ସାମୁଦାୟିକ ସମ୍ପର୍କକୁ ମଜବୁତ ଲକ୍ଷ୍ୟ ନେଇ ଏହି କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

 ଏହି ରୋମାଞ୍ଚକର ମ୍ୟାଚ୍‌ରେ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ସମୁଦାୟର ସଦସ୍ୟମାନେମାନେ ବେଶ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା କର୍ମକ୍ଷେତ୍ର ବାହାରେ ଦଳଗତ କାର୍ଯ୍ୟ ଏବଂ ସହଯୋଗର ମନୋଭାବକୁ ପ୍ରତିଫଳିତ କରିଥିଲା। ସୀତାକାନ୍ତ ସାହୁଙ୍କ ଅଧିନାୟକତ୍ୱରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ୧୮.୪ ଓଭରରେ ୧୩୬ ରନ୍ କରିଥିଲା। ଜବାବରେ, ଧନଞ୍ଜୟ କୁମାର ସିଂହଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ୍ ଦଳ ୧୨.୪ ଓଭରରେ ୧୪୦/୫ ରନ୍ କରି ବିଜୟ ହାସଲ କରିଥିଲା।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ମ୍ୟାଚ୍ ରେ ଅସାଧାରଣ ଲଢ଼ୁଆ ମନୋଭାବ ଏବଂ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ମ୍ୟାଚରେ ୨୧ ବଲରେ ୫୨ ରନ୍ ର ବିସ୍ଫୋରକ ଇନିଂସ ଖେଳିଥିବା ଦିବ୍ୟରଞ୍ଜନ ପ୍ରଧାନଙ୍କୁ "ମ୍ୟାନ୍ ଅଫ୍ ଦି ମ୍ୟାଚ୍" ଘୋଷଣା କରାଯାଇଥିଲା।

ଏହି ଅବସରରେ ଜିନ୍ଦଲ ଷ୍ଟିଲର ସଂଯୁକ୍ତ ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି. କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଶ୍ରୀ ଦାମୋଦର ମିତ୍ତଲ ଏବଂ ଜିନ୍ଦଲ ଷ୍ଟିଲର ଉପ-ସଭାପତି (ଇଏମଡି) ଶ୍ରୀ ଆଲୋକ କୁମାର ସାହୁଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଖେଳାଳିମାନଙ୍କୁ ସ୍ୱାଗତ କରି, ଶ୍ରୀ ପି. କେ. ବିଜୁ ନାୟାର ଏବଂ ଶ୍ରୀ ଦାମୋଦର ମିତ୍ତଲ ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଦର୍ଶନକୁ ଉତ୍ସାହିତ କରିଥିଲେ। ଶ୍ରୀ ବିଜୁ ନାୟାର କହିଥିଲେ ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶଗତ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବାରେ ଜିନ୍ଦଲ ଷ୍ଟିଲ ସହିତ ସହଭାଗୀ ହୋଇଆସୁଛି।

 ଏହି କ୍ରିକେଟ ମ୍ୟାଚ୍ ଜରିଆରେ ସ୍ଥାନୀୟ ଅଂଚଳର ପରିପାର୍ଶ୍ଵିକ କ୍ଷେତ୍ରରେ ପରିବେଶ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେବା ସହ ପ୍ଲାଣ୍ଟ ପରିସରରେ ପରିସ୍କାର ପରିଛନ୍ନତା ଏବଂ ସବୁଜିମା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

0
0
0
s2sdefault