ହେଡଲାଇନସ୍:

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୧୦/୦୫, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଛି ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରିଙ୍କୁ ସାକ୍ଷାତ କରି ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୨୦୨୫ ମାର୍ଚ୍ଚ ମାସରେ ପାରିତ ହୋଇଥିବା ଆର୍ଥିକ ବିଲ ମଧ୍ୟରେ ଭାଲିଡେସନ୍ ଆକ୍ଟ୍ କୁ ପ୍ରତ୍ୟାହାର କରିବା,ସମସ୍ତଙ୍କୁ ଓପିଏସ ପ୍ରଦାନ କରିବା,୩୧ ଡିସେମ୍ବର ସୁଦ୍ଧା ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଅଷ୍ଟମ ବେତନ କମିଶନର ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ଅବସରପ୍ରାପ୍ତ କର୍ମଚାରୀଙ୍କୁ ଟ୍ରେନ୍,ଉଡାଜାହାଜ, ବସ୍ ଏବଂ ଘରୋଇ ବସ୍ ଯାତ୍ରାରେ ରିହାତି ପ୍ରଦାନ,ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବା, ଚାରୋଟି ନୂଆଁ ଶ୍ରମ ଆଇନ ଧାରାକୁ ରଦ୍ଦ କରିବା ସମ୍ପର୍କରେ ଉଲ୍ଲେଖ ରହିଥିଲା। ଆଜି ଏହାର ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ଅବସରରେ ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଂଘ ଉପଦେଷ୍ଟା ପଦ୍ମ ଚରଣ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସଂଘ ଉପସଭାପତି କୈଳାସ ଚନ୍ଦ୍ର ପାତ୍ର,ସମ୍ପାଦକ ମାଲ ଗୌଡ଼,ସହସମ୍ପାଦକ ଅଶୋକ କୁମାର ପଣ୍ଡା,କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ରଥ,ବରିଷ୍ଠ ସଭ୍ୟ ବନମାଳୀ ମହାରଣା,ପ୍ରଦୀପ କୁମାର ମାହୁନ୍ତ,ସୁରେଶ ମହାପାତ୍ର,ରବୀନ୍ଦ୍ରନାଥ ପତି,ଜୟକୃଷ୍ଣ ପୋଲାଇ,ବଳରାମ ଗୌଡ଼,ପ୍ରଭାକର ଗୌଡ଼,ପ୍ରକାଶ ଚନ୍ଦ୍ର ଡାକୁଆ,ସୁରେନ୍ଦ୍ର କୁମାର ତ୍ରିପାଠୀ, ଏସ ଚନ୍ଦ୍ର ଶେଖର ପାତ୍ର,ବଲ୍ଲଭ ପଣ୍ଡା,ବସନ୍ତ କୁମାର ଜେନା,ନିରଞ୍ଜନ ପଣ୍ଡା,ଉପେନ୍ଦ୍ରନାଥ ପତି,ତୁମ୍ବା ପାତ୍ର,ରମେଶ ଚନ୍ଦ୍ର ପାଢ଼ୀ,ଲକ୍ଷ୍ମଣ ପରିଚ୍ଛା,ବିପିନ କୁମାର ଜେନାଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ କୋଳି ସାହି ସ୍ଥିତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault