ହେଡଲାଇନସ୍:

"ଆମ ସରପଞ୍ଚ ନିଦରେ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଣି ପାଇଁ ପଞ୍ଚାୟତ ଅଫିସରେ ମହିଳାଙ୍କ ଗର୍ଜନ ।

ବାଲେଶ୍ବର : ପଞ୍ଚାୟତ ଅଫିସ ସମ୍ମୁଖରେ ଗରା ବାଲ୍ଟି ଧରି ଡହ ଡହ ଖରାରେ ବସିଲେ ଶତାଧିକ ମହିଳା । ସୁଚନା ଅନୁଯାୟୀ ବସ୍ତା ବ୍ଲକ ବରୁଣ ଗଡ଼ିଆ ଗ୍ରାମରେ ୭ ସପ୍ତାହେରୁ ଅଧିକ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏନେଇ ବାରମ୍ବାର ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଯାହାକୂ ନେଇ ଚାଲିଛନ୍ତି ମହିଳା । ଗ୍ରାମରେ ଥିବା ବସୁଧା ଯୋଜନାରେ ପାଣି ଟାଙ୍କି ଉପରେ ବରୁଣଗଡିଆ, ମାଙ୍କଡଗଡ଼ିଆ , ବଡଗଡିଆ, ମୁଣ୍ଡିମାରୀ, ମହିଁସାମାରୀ ଗ୍ରାମର ୨ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ସପ୍ତାହେ ରୁ ଅଧିକ ଦିନ ଧରି ଟାଙ୍କି ଅଚଳ ହୋଇ ପଡ଼ିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ପ୍ରତିବାଦରେ ଆଜି ଶତାଧିକ ମହିଳା ମାନେ ଗରା ବାଲ୍ଟି ଧରି ଡହ ଡହ ଖରାରେ ପାଣି ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଛନ୍ତି ।

0
0
0
s2sdefault