ହେଡଲାଇନସ୍:

ଏସବିଆଇ ପେନସନର ଆସୋସିଏସନ ଓ ଏସବିଆଇ ଷ୍ଟାଫ ଆସୋସିଏସନ୍ ପକ୍ଷରୁ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ ରାଓଙ୍କୁ ବିପୁଳ ସମ୍ବର୍ଦ୍ଧନା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପେନସନର ଆସୋସିଏସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଷ୍ଟାଫ ଆସୋସିଏସନ୍ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ ରାଓଙ୍କୁ ତାଙ୍କର ପଦୋନ୍ନତି ପାଇଁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପେନସନର ଆସୋସିଏସନର ସଭାପତି ଶ୍ରୀ ଅନାଦି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ ରାଓ ଓ ତାଙ୍କ ଧର୍ମପତ୍ନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଏନ.ସି.ବି.ଇ. ସେକ୍ରେଟାରୀ ଶ୍ରୀ ପ୍ରଫୁଲ୍ଲ ପଟ୍ଟନାୟକ , ପୂର୍ବତନ ଡେପୁଟି ମ୍ୟାନେଜର ଶ୍ରୀ ଆର. ଜି. ପି. ରାଓ , ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଜଗନ୍ନାଥ ପ୍ରସାଦ ଦାସ , ବଜାର ବ୍ରାଞ୍ଚର ମ୍ୟାନେଜର ଶ୍ରୀ ଦୁଃଶାସନ ଜାନୀ , ଅବସରପ୍ରାପ୍ତ ପୂର୍ବତନ ଡେପୁଟି ମ୍ୟାନେଜର ଶ୍ରୀ ସାରଳା ଦେବ ପଟ୍ଟନାୟକ , ଅବସରପ୍ରାପ୍ତ ଡେପୁଟି ମ୍ୟାନେଜର ତଥା ସଂଘର ସମ୍ପାଦକ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ଓ ଷ୍ଟେଟ ବ୍ୟାଙ୍କର କ୍ୟାସ ଅଫିସର ଶ୍ରୀମତୀ ଭିଜୟା ଶାନ୍ତି ପ୍ରମୁଖ ଜଗନ୍ନାଥଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ଅବସରରେ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ ରାଓଙ୍କୁ ତାଙ୍କର ପ୍ରଚେଷ୍ଟା , ସଫଳତା ଏବଂ ତତ୍ ସଙ୍ଗେ ସଙ୍ଗେ ପାରଳା ମାଟିକୁ ଗୌରବାନ୍ୱିତ କରିଥିବାରୁ ଉଭୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାର ଉତ୍ତରରେ ଶ୍ରୀ ରାଓ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଚିଫ୍ ଜେନେରାଲ ମ୍ୟାନେଜର ପଦବୀକୁ ପଦୋନ୍ନତି ପାଇଥିବା ପ୍ରକାଶ କରିଥିଲେ। ସେହିପରି ନିଜ ଜନ୍ମମାଟିରେ ଏହିପରି ସମ୍ବର୍ଦ୍ଧନା କରାଯାଇଥିବାରୁ ଆୟୋଜକମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟ ଅତିଥିମାନେ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ରାଓଙ୍କ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଥିଲେ। ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ସାରଳା ଦେବ ପଟ୍ଟନାୟକ ସମସ୍ତ ଅତିଥି ବୃନ୍ଦ , ସହକର୍ମୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ ସଂଯୋଜନା କରିଥିଲେ।

0
0
0
s2sdefault