ହେଡଲାଇନସ୍:

ଥାନା ପରିସର ରେ ଓଡିଶା ପୁଲିସ ଏବଂ ୟୁନିସେଫ୍ ମିଳିତ ସହଯୋଗ ରେ 'ଯୁଭେଣ୍ଟିକା' ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବସ୍ତା ::ବାଲେଶ୍ବର ଜିଲ୍ଲା ବସ୍ତା,ସିଂଲା ଓ ରୂପସା ଥାନା ପରିସର ରେ ଓଡିଶା ପୋଲିସ ଏବଂ ୟୂନିସେଫ୍ ମିଳିତ ସହଯୋଗରେ କିଶୋର ,କିଶୋରୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ନେଇ ସଚେତନତା କାର୍ଯ୍ଯକ୍ରମ 'ଯୁଭେଣ୍ଟିକା ' ଅନୁଷ୍ଠିତ ହୋଇ ଯାଇଛି,ବସ୍ତା ଥାନାଧିକାରୀ ରଣଜିତ ସାହୁ,ସିଂଲା ଥାନା ଧିକାରୀ ସୁଚନ୍ଦ୍ର ମହାଳିକ ଓ ରୂପସା ଥାନାଧିକାରୀ ସୌମ୍ୟଜିତ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ ରେ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ସ୍ଥାନୀୟ ଅଞ୍ଚଳର ଉର୍ଦ୍ଧ କିଶୋର କିଶୋରୀ ଏବଂ ଅଙ୍ଗନୱାଡି କର୍ମୀ ଯୋଗଦେଇ ଥିଲେ, ପୁଲିସ ଏବଂ ସାଧାରଣ ଜନତା ଙ୍କ ମଧ୍ଯ ରେ ସମ୍ପର୍କ ର ସେତୁ କିଭଳି ଭାବରେ ମଜବୂତ ହେବ ଏବଂ ମହିଳା ,କିଶୋର କିଶୋରୀ ମାନଙ୍କ ମଧ୍ଯରେ ବିଭିନ୍ନ କ୍ଷେତ୍ରେରେ ଘଟୁଥିବା ଅପରାଧିକ କାର୍ଯ୍ଯକଳାପ କୁ କିଭଳି ରୋକା ଯାଇପାରିବ ସେ ନେଇ ସଚେତନତା କରିବା ଏହି କାର୍ଯ୍ଯକ୍ରମ ର ମୂଳ ଉଦ୍ଦେଶ , ସେମାନେ କିଭଳି ସାଇବର ଠକେଇ ରୁ ବର୍ତ୍ତି ପାରିବେ, କୌଣସି ପ୍ରକାର ନିର୍ଯାତନା ର ଶିକାର ହେଲେ ନିର୍ଭୟ ରେ ସଙ୍ଗେ ସଙ୍ଗେ ପୋଲିସ ର ସହାୟତା ଲୋଡିବେ, ଏନେଇ ସେମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରା ଯାଇ ଥିଲା।ଏଥିରେ ଥାନାର ଏସ ଆଇ,ଏ ଏସ ଆଇ ଚନ୍ଦ୍ର ସୋରେନ,କନେଷ୍ଟବଳ,ସାମ୍ବାଦିକ,ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault