ହେଡଲାଇନସ୍:

ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡବଲ ଇଞ୍ଜିନ ସରକାରର ସଫଳତା କାରଣରୁ ଆସାମରେ ତୃତୀୟଥର ସରକାର ଗଠନ କରିଛି ବିଜେପି:ବୈଜୟନ୍ତ ପଣ୍ଡା

  •  ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ଆସିଲେ

  •  ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଲେ


ଭୁବନେଶ୍ୱର, ତା.୦୮/୦୫: ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଆସାମବାସୀ ତୃତୀୟ ଥର ପାଇଁ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଆସାମରେ ମୋଦି ଗ୍ୟାରେଂଟି ଏବଂ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଡବଲ ଇଞ୍ଜିନ୍ ସରକାରର ସଫଳତା କାରଣରୁ ବିଜେପି ଏଠାରେ ୩ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଓ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ହୋଇଛି ଏହା ନୂଆ ଭାରତ ପାଇଁ ନୂଆ ମୋଡ । ୨୦୨୪ ସୁଦ୍ଧା ବିକଶିତ ଭାରତ ଗଢିବା ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଆଜି ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ । ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କହିଛନ୍ତି ଯେ, ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଆସାମ ପ୍ରଭାରୀ ଭାବେ ବିଜେପିକୁ ଜିତାଇବାରେ ଶ୍ରୀ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟି ଯୋଗ୍ୟ ଲୋକଙ୍କୁ ଯୋଗ୍ୟ ଜାଗାରେ ଦାୟିତ୍ୱ ଦେଇ ନିଖୁଣ ଭାବରେ କାର୍ଯ୍ୟ କରୁଛି ଆସାମରେ ଏହାର ପରିଣାମ ଦେଖିବାକୁ ମିଳିଛି । ଓଡିଶାର ଜଣେ କାର୍ଯ୍ୟକର୍ତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ସଫଳ ଗୋଟି ଚାଳନା କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏନେଇ ତାଙ୍କୁ ଯେତେ ଅଭିନନ୍ଦନ ଜଣାଇଲେ ବି କମ୍ ହେବ ।
ଏହି ଅବସରରେ ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ଡ. ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦିକା ଡ. ପ୍ରିତୀପ୍ରତିଭା ଭୋଳ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀ ଶଶାଙ୍କ ଶେଖର ସେଠୀ, କଟକ ସଦର ଜିଲ୍ଲା ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ସୋସିଆଲ ମିଡିଆ ସଂଯୋଜକ ଶ୍ରୀ ଉମାକାନ୍ତ ପଟ୍ଟନାୟକ, ଶ୍ରୀ ଅରିନ୍ଦମ ରାୟଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଅନେକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

0
0
0
s2sdefault