ହେଡଲାଇନସ୍:

ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ରେ ୬୯୦ କୋଟି ବ୍ୟୟ ଅଟକଳ ର ୯୯ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ଜଗତସିଂହପୁର,ତା-୦୮-୦୫-୨୦୨୬/ସୁମନ୍ତକୁମାରଦାସ: ଆଜି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜଗତସିଂହପୁର ଜିଲ୍ଲାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପ(୧ ମେଗା ପ୍ରକଳ୍ପ), ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ, ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା , ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଗତ ୬୯୦ କୋଟି ବ୍ୟୟ ଅଟକଳ ର ୯୯ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ପ୍ରତ୍ୟେକ ଘରକୁ ବିଜୁଳି, ପାଣି ଓ ପ୍ରତ୍ୟେକ ଗ୍ରାମକୁ ରାସ୍ତା ସଂଯୋଗ କରିବା ସହ ଗ୍ରାମାଞ୍ଚଳ ର ଭିତ୍ତିଭୂମି କୁ ସୁଦୃଢ଼ କରି ଜଗତସିଂହପୁର ଜିଲ୍ଲା କୁ ବିକାଶ ପଥରେ ଆଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ।

ବାଲିକୁଦା, ଏରସମା ଓ ନାଉଗାଁ ବ୍ଲକ ର ୧୪୫ ଟି ଗ୍ରାମ ପାଇଁ ୧୪୨ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୃହତ୍ ପାନୀୟ ଜଳ ପ୍ରକଳ୍ପ(୧ ମେଗା ପ୍ରକଳ୍ପ)ର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ୧୪୫ ଟି ଗ୍ରାମର ୨୬୭୫୯ ଗୋଟି ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସେହିପରି ୨୫ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୮ ଟି ଏକକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ୩୩ ଗୋଟି ଗ୍ରାମ ର ୪୩୦୫ ପରିବାର ପାଇଁ ପାନୀୟ ଜଳ ଯୋଗାଣ କରାଯିବ । ଏଥିସହିତ ୧୯୮.୦୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ପାନୀୟ ଜଳ ପ୍ରକଳ୍ପ କୁଂଜକୋଠି, ୧୪୮.୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳର ପାନୀୟ ଜଳ ପ୍ରକଳ୍ପ ନୂଆରତ୍ନପୁର, ୧୩୩.୦୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ପାନୀୟ ଜଳ ପ୍ରକଳ୍ପ ବିସନପୁର ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଙ୍କ କରକମଳରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ର ୫୦୮୨.୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୨ ଗୋଟି ରାସ୍ତା ଓ ୫୪୫୮.୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧ ଗୋଟି ସେତୁର ଶୁଭ ଉଦଘାଟନ ସହ ୩୭୮୦୯.୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬୭ ଗୋଟି ରାସ୍ତା, ୪୪୧୫.୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୭ ଗୋଟି ସେତୁ ଏବଂ ୨୩୧୫.୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ଗୋଟି କୋଠାଘର ର ଶୁଭ ଶିଳାନ୍ୟାସ ହୋଇଥିଲା ।
ମୁଖ୍ୟ ଅତିଥି ଙ୍କ ସମେତ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଗ୍ରାମାଞ୍ଚଳ ର ବିକାଶ ରେ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ।ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଏହି ଉନ୍ନୟନ ମୂଳକ ପ୍ରକଳ୍ପ ଦ୍ଵାରା ଜିଲ୍ଲା ବିକାଶ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ବିଧାୟକ, ବାଲିକୁଦା - ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା ପ୍ରତ୍ୟେକ ଘରେ ନଳ ଯୋଗେ ଜଳ ଯୋଗାଣ ହେବ ଏବଂ ଏହି ଜଳ ର ସୁବିନିଯୋଗ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ।ବିଧାୟକ ତିର୍ତ୍ତୋଲ ଶ୍ରୀ ରମାକାନ୍ତ ଭୋଇ ଉପସ୍ଥିତ ରହି ସରକାର ଙ୍କ ଏହି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପ୍ରଶଂସା କରିବା ସହ ଆଗାମୀ ଦିନରେ ଆହୁରି ଉନ୍ନତି ହେବ ବୋଲି କହିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ସାମଗ୍ରିକ ଉନ୍ନତି ସମସ୍ତଙ୍କ ସହଭାଗିତା ରେ ସମ୍ଭବ ବୋଲି କହିଥିଲେ।ଅଧ୍ଯକ୍ଷା, ପୌର ପରିଷଦ, ଜଗତସିଂହପୁର ଶ୍ରୀମତି ଅର୍ଚ୍ଚନା ସିଂହ ମଧ୍ୟ ତୃଣମୂଳ ସ୍ତରରେ ଉନ୍ନତି ଦ୍ଵାରା ବିକାଶ ହୋଇପରିବ ବୋଲି କହିଥିଲେ।ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ମୁଖ୍ୟ ଯନ୍ତ୍ରୀ ଶ୍ରୀ କିଶୋର କୁମାର କବି ବିଭାଗ ର ଉନ୍ନତିମୂଳକ କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ପିଲ୍ଲେ ଅନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଙ୍କ ତତ୍ତ୍ୱାବଧାନ ରେ rwss ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାଶ, ଡେପୁଟି ସି ଇ ଓ ଓରମାସ ଶ୍ରୀମତୀ ମଧୁସ୍ମିତା ସାହୁ ଏବଂ ଜିଲ୍ଲା ପରିଷଦ ଓ rwss ର କର୍ମକର୍ତ୍ତା ସମସ୍ତ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବୁଦ୍ଧିଜୀବି, ଆଇନଜୀବି, ପି ଆର ଆଇ ମେମ୍ବର, ପ୍ରାଶାସନିକ ଅଧିକାରୀ,ଗଣମାଧ୍ଯମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault