ହେଡଲାଇନସ୍:

ବିଶ୍ୱ ରେଡ୍ କ୍ରସ ଦିବସ ଅବସରରେ ରକ୍ତଦାନ ଶିବିର, ୨୧ ୟୁନିଟ୍ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ୮/୨୬(ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲା ରେଡ୍ କ୍ରସ ସୋସାଇଟୀ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭା ଏବଂ ଏହା ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାସ, ଡାକ୍ତର ମାନସ ଦାସ, ଡ଼. ରମେଶ ଚନ୍ଦ୍ର ସ୍ୱାଇଁ ଓ ଡ଼. ଦୁର୍ଗାଦତ୍ତ ଦାସ ଯୋଗ ଦେଇଥିଲେ।
ଶିବିରକୁ ଜିଲ୍ଲା ରେଡ୍ କ୍ରସ ସୋସାଇଟୀ ଓ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଶ୍ରୀ ରାଜେଶ କୁମାର ସାହୁ ପରିଚାଳନା କରିଥିଲେ। ଏଥିରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

0
0
0
s2sdefault