ସୁବର୍ଣ୍ଣପୁର ,୫!୫:(ପ୍ରକାଶ କୁମାର ହାତୀ ):ଓଡ଼ିଶା ବିଜେପି ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ ପୁନର୍ବାର ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଆଦିବାସୀ ନେତା ଓ ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ସଂଗଠକ ଭାବେ ସେ ବେଶ୍ ପରିଚିତ।
ଦଳରେ ତାଙ୍କର ଦୀର୍ଘ ଅନୁଭବ ଓ ସଂଗଠନମୂଳକ କ୍ଷମତା ପାଇଁ ସେ ଗ୍ରାସ୍ରୁଟ୍ ସ୍ତରରୁ ଆରମ୍ଭ କରି ମଣ୍ଡଳ ସଭାପତି, ଜିଲ୍ଲା ସଭାପତି (ମୋର୍ଚ୍ଚା), ରାଜ୍ୟ ଉପସଭାପତି ଏବଂ ତିନିଥର ରାଜ୍ୟ ସଂପାଦକ ଭାବେ ସଫଳତାର ସହିତ ଦାୟିତ୍ୱ ନିଭାଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବୀରମହାରାଜପୁର ବିଧାନସଭା ମଣ୍ଡଳୀରେ ପ୍ରଭାରୀ ଭାବେ ସେ ଯେପରି ଦକ୍ଷତା ପ୍ରଦର୍ଶନ କରିଥିଲେ, ତାହାର ଫଳସ୍ୱରୂପ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ବିଜୟୀ ହୋଇଥିଲେ। ଏହା ସହ ଉପ-ନିର୍ବାଚନମାନଙ୍କରେ ମଧ୍ୟ ସେ ତାଙ୍କର ସଂଗଠନମୂଳକ ପ୍ରତିଭା ପ୍ରମାଣ କରିଛନ୍ତି।ପୁନର୍ବାର ଏହି ଦାୟିତ୍ୱ ପାଇବା ପରେ ବିହାରୀ ମାଝୀ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ସ୍ଥାନୀୟ ସାଂସଦ ଶ୍ରୀମତୀ ସଂଗୀତ କୁମାରୀ ସିଂ ଦେଓ ଓ ଆଦିବାସୀ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ସହିତ ସେ କହିଛନ୍ତି ଯେ, ଆଗାମୀ ଦିନରେ ଆଦିବାସୀ ସମାଜର ସମଗ୍ର ଉନ୍ନତି ଓ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସେ ନିଜକୁ ସମର୍ପିତ ରଖିବେ।
ରାଜ୍ୟ
ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ
- Hits: 75







