ମାଲକାନଗିରିରେ ଜଳଜୀବନ ମିସନର କେନ୍ଦ୍ରୀୟ ଅତିରିକ୍ତ ସଚିବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା ।


ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:କେନ୍ଦ୍ରୀୟ ଅତିରିକ୍ତ ସଚିବ ତଥା ଜାତୀୟ ଜଳ ଜୀବନ ମିସନର ଡାଇରେକ୍ଟର କମଲ କିସରୋ ସୋହନ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଥ‌ିବା ମେଗା ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଏଥିରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେସ ଅରବିନ୍ଦ ରାଜଶିର୍କେ ଉପସ୍ଥିତ ରହି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତରେ ଜାରି ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ । ବର୍ଭମାନ ଜିଲ୍ଲାରେ ପ୍ରାୟ ଦଶଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଦୁଇଟିର କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ, ମାରିବେଡ଼ା, ଏମପିଭି ୬୬, ସାରଦାପୁଟ, ମାନ୍ୟମକୋଣ୍ଡା, ମାନ୍ଦାପଲି, ଆଣ୍ଡ୍ରାପାଲି, ରାଜଲକୋଣ୍ଡା, ବଡପଦର ଭଳି ସ୍ଥାନରେ ଦଶ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଜାରି ରହିଥ‌ିବା ବେଳେ ଏହି କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ।

ତେବେ ଏହି ସମସ୍ତ ପ୍ରକଳ୍ପ ମଧ୍ୟରୁ ମାତ୍ର ଦୁଇଟି ପ୍ରକଳ୍ପର କାର୍ଯ୍ୟକୁ ବାଦ ଦେଲେ ଅନ୍ୟ ଗୁଡିକ ସମ୍ପୂର୍ଣ ହୋଇ ନଥିବାରୁ ଅଧିକାରୀଙ୍କୁ ଏଦିଗରେ ଦୃଷ୍ଟି ଦେଇ ଠିକା କମ୍ପାନୀକୁ ତାଗିଦ ପାଇଁ ଜଳ ଜୀବନ ମିସନର ଡାଇରେକ୍ଟର କମଲ କିସରୋ ସୋହନ ନିର୍ଦ୍ଧେଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମୀଣ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିପୁଳ ପରିମାଣର ସହାୟତା ଓ ଅର୍ଥ ଯୋଗାଇ ଦିଆଯାଉ ଥ‌ିବା ବେଳେ ଯଥାଶୀଘ୍ର ସମସ୍ତ ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟକୁ ପୂରଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ସୋହନ ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବା ସହ ମାଲକାନଗିରି ଏବଂ ପଡୋଶୀ ଛତିଶଗଡ଼ର ସୁକୁମା ଜିଲ୍ଲାକୁ ଯାଇ ସମୀକ୍ଷା କରିଥିଲେ । ଏହି ଗସ୍ତରେ ସ୍ଥାନୀୟ ଅଞ୍ଚଳର ଅଧିକରି, ବିଡିଓ ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault