ହେଡଲାଇନସ୍:

ଦାଦନ ଖଟିବାକୁ ଯାଇ ପୁଅର ପ୍ରାଣ ଗଲା, ବୁଢ଼ୀମା ବାହୁନି ବାହୁନି କାନ୍ଦୁଛି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୃତ୍ୟୁ ଖବର ଶୁଣିବାର ୯ଦିନ ବିତିଗଲାଣି ଶବ ଆସିନି ଏଯାଏ।                 

କେନ୍ଦୁଝର,ତା୫/୫- ଘରେ ଥିଲା ପୁଅ, ରାଜୁ ମୁଖୀ ଦଲାଲ ବେଙ୍ଗାଲୁରୁ କାମ କରିବାକୁ ଡାକି ନେଲା ଯେ ପୁଅକୁ ସେଠାରେ ମାରିଦେଲେ ଏଯାଏ ଶବ ଆସିନି କହି ବାହୁନି ବାହୁନି ୯ଦିନ ହେବ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସର ବୁଢ଼ୀ ମାଆ କାନ୍ଦୁଛି। ଏହି ଘଟଣା ସାହାରପଡା ଫାଣ୍ଡି ଅନ୍ତର୍ଗତ ମାଛଗଡ଼ ପଂଚାୟତ ପ୍ରଧାନ ସାହିର ସେଠାରେ ରହିଥିବା ବୃଦ୍ଧା ମୁସି ମହାରଣାର ଏହିପରି ଅବସ୍ଥା ହୋଇଛି। ସୂଚନା ମିଳିଛି କି ଗ୍ରାମର ନେପା ମହାରଣା ଓ ମୁସି ମହାରଣାଙ୍କ ପୁଅ ଭୀମସେନ ମହାରଣା(୩୮) ଘରେ ରହି ଛୋଟମୋଟ କାମ କରି ମାଆର ଦେଖାଶୁଣା କରୁଥିଲା। ହେଲେ ରାଜୁ ମୁଖୀ ତା'କୁ ଦାଦନ ଖଟିବାକୁ ସୁଦୂର ବେଙ୍ଗାଲୁର ଡାକି ନେଇଥିଲା। ଉକ୍ତ ଅଂଚଳରେ କାମଧନ୍ଦା ମିଳୁନଥିବାରୁ ଭୀମ ପେଟପଟଣା ଲାଗି ଘରେ ମାଆକୁ ଏକୁଟିଆ ଛାଡ଼ି ଗୋଡ଼ କାଢି ବାହାରିଥିଲା। ତେବେ ନଅ ଦିନ ତଳେ ଭୀମ ଟ୍ରେନ ଦୁର୍ଘଟଣାରେ ମରିଯାଇଥିବା ଖବର ଆସିଥିଲା। ଏହାପରେ ମାଆ ମୁସି ମହାରଣା ଦୁଃଖରେ ପୁତ୍ର ଶୋକରେ ଅଥୟ ହୋଇ ବାହୁନିଛନ୍ତି। ସାହି ପଡିଶା ଲୋକେ ପୁଅ ମୁହଁ ଦେଖିବୁ ବୋଲି କହି ବୁଝାଇ ଖାଇବାକୁ ଦେଇ ତାଙ୍କୁ ବଞ୍ଚାଇ ରଖିଛନ୍ତି। କଙ୍କାଳ ଘଟଣାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଏବାବଦରେ ଶ୍ରମ କାର୍ଯ୍ୟାଳୟ କିଛି କରିପାରୁନି। ଭୀମ ବିଚରା ଗରିବ ଦାଦାନିଆ ଶ୍ରମିକ ହୋଇଥିବାରୁ ନେତା ମାନେ ଶବ ଆଣିବାକୁ ବ୍ୟବସ୍ଥା କରିନାହାନ୍ତି। ଏପଟେ ପ୍ରଧାନ ସାହିରେ ଲୋକେ ଦୁଃଖରେ ଅଛନ୍ତି ଖାଇବା ପିଇବାରେ ବ୍ୟାଘାତ ହେଉଛି କେତେବେଳେ ଶବ ଆସିଯିବ ବୋଲି। ବୁଝିବାରୁ ଜଣାଗଲା ମୁସି ମହାରଣାଙ୍କୁ ଆବାସ ଘର ମିଳିନି କେବଳ ହଜାରେ ତାଙ୍କ ଭତ୍ତା ମିଳୁଛି। ଏବେ ପୁଅ ଗଲା ପରେ କିପରି ସେ ଚଳିବ ସାହିବାଲାଙ୍କ ଚିନ୍ତା ତେଣୁ ସରକାର ସହାୟତା ଯୋଗାଇ ଦେବା ସହ ଏବେ ଭୀମର ଶବ ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

0
0
0
s2sdefault