ହେଡଲାଇନସ୍:

ମାଲକାନାଗିରି ମହା ବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଶେଷବର୍ଷ ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗାରିମାମୟ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଧ୍ୟକ୍ଷ ଡକ୍ଟର ବାରିକ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳା ରକ୍ଷା କରିବା ସହ ଜଣେ ଜଣେ ସୁନାଗରିକ ଭାବେ ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। ବି. ଗୁପ୍ତେଶ୍ୱର ରାଓ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଦୀପ୍ତି ରେଖା ମିଶ୍ର, ଭକତ ଗଣ୍ଡ ଏବଂ ସିଗ୍ଧା ସର୍ଦ୍ଦାର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ବିଦାୟୀ ଛାତ୍ରଛାତ୍ରୀ ସୁପ୍ରିୟା ପାଣିଗ୍ରାହୀ, ସେଖ୍ ମହିଉଦ୍ଦିନ ଓ ଆମର ସତପତି ନିଜର ଅନୁଭୂତି ବଖାଣିବା ସହ ଉତ୍ତମ ଚରିତ୍ରବାନ ହେବା ପାଇଁ ପ୍ରେରଣା ଦେଇଥିଲେ। +୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ବଡ଼ ଭାଇଭଉଣୀମାନଙ୍କୁ ଗୋଲାପ ଗୁଚ୍ଛ, କଲମ ଓ ଉପହାର ପ୍ରଦାନ କରି ଶୁଭ ବିଦାୟ ଜଣାଇଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ମହମ୍ମଦ ଉଜ୍ଜେନ, ଓମ୍ ପାଣିଗ୍ରାହୀ, ଶେଖ ଅବତାବ, କୁନାଲ ରାଉତ, ଜ୍ୟୋତି କବାସି, ରାଧା ରାଣୀ, ଚନ୍ଦନ ରାଜୁ ଏବଂ ଆୟୁଷ ସଂଚେଢ଼ିଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବ ଶେଷରେ ଶ୍ରୀଯୁକ୍ତ ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault