ହେଡଲାଇନସ୍:

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୧/୦୫ ):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ହୋଇଯାଇଛି ।୧୬ ଟି କାଲାଂଶ ରେ ପଦ୍ମପୁର ସଂକୁଳ ର ୯ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁ ୧୭୦ ଜଣ ଗୁରୁଜୀ ଗୁରୁମା ଶିଶୁ ର ଶୈକ୍ଷିକ ବିକାଶ ଦିଗରେ ଶିକ୍ଷା ଗ୍ରହଣ କରିବେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ହେମସାଗର ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ଆଶୀର୍ବଚନ ଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ଶିକ୍ଷା ବିକାଶ ସମିତି,ଓଡ଼ିଶାର ପ୍ରଚାର ପ୍ରସାର ଓ ପତ୍ରିକା ବିଭାଗ ତଥା ପଶ୍ଚିମ ସମ୍ଭାଗ ପ୍ରଭାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପଟ୍ଟନାୟକ, ସଭାପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ, ସଂକୁଳ ପ୍ରମୁଖ ଡ. ଦ୍ଵାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରେ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫ ଜଣ ଭାଇ ଭଉଣୀମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ସହ ଉପଢୌକନ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମସ୍ତ ସଦସ୍ୟ,ସଦସ୍ୟା, ପୁରାତନ ଛାତ୍ର ଛାତ୍ରୀ, ମାତୃଭାରତୀ,ଅଭିଭାବକ ଅଭିଭାବିକା, ସଂକୁଳର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ସଭା ଶେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault