ଓଡ଼ିଶା ସାମ୍ବାଦିକ ୟୁନିୟନ ପ୍ରମୁଖ ଚାରି ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦିନ ୯ଘଟିକାରୁ ୧୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ଏହି ଧାରଣାରେ ବାଲେଶ୍ଵର ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରମୁଖ ଦାବି ଗୁଡିକ ହେଲା
୧.-ସାମ୍ବାଦିକ ମାନଙ୍କୁ ନିରାପତ୍ତା,ମାସିକ ୩୦ହଜାର ଟଙ୍କା ପେନସନ
୨-ପ୍ରଣୟନ ହେଉ ସାମ୍ବାଦିକ ସୁରକ୍ଷା ଆଇନ୍
୩-ଗଠିତ ହେଉ ଅଧିସ୍ବୀକୃତି କମିଟି,,,ବଦଳୁ ନିୟମ
୪-ବୃଦ୍ଧି ହେଉ ସ୍ୱାସ୍ଥ୍ୟ ବୀମା ରାଶି
ଯଥା ଶିଘ୍ର ସାମ୍ବାଦିକ ମାନଙ୍କ ଦାବୀ ଗୁଡିକ ମାନିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।








