ହେଡଲାଇନସ୍:

ସୋଆରେ ‘ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ’ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କୌଣସି ସମସ୍ୟାର ସମାଧାନ ନୁହେଁ । ଏହା କାମକୁ ସହଜ କରିବାର ମାଧ୍ୟମ । ଏହା କେବେ ବି ମଣିଷର ବୁଦ୍ଧି ଭଳି ହୋଇପାରିବନି ।"


ଭୁବନେଶ୍ୱର, ମେ ୧: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କୌଣସି ସମସ୍ୟାର ସମାଧାନ ନୁହେଁ । ଏହା କାମକୁ ସହଜ କରିବାର ମାଧ୍ୟମ । ଏହା କେବେ ବି ମଣିଷର ବୁଦ୍ଧି ଭଳି ହୋଇପାରିବନି । ସେହିପରି ଷ୍ଟାର୍ଟ ଅପ୍ ଆଜି ଏକ ପ୍ୟାସନରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିବିଦ୍ୟା ନୁହେଁ ଦଳଗତ ଶକ୍ତି ଉପରେ ନିର୍ଭର କରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଚାଲିଥିବା ‘ସାଇବର ସୁରକ୍ଷା ଜାତୀୟ ସମ୍ମିଳନୀ’ର ଶେଷ ଦିନରେ ଏହି ମତ ପ୍ରକାଶ ପାଇଛି ।
‘ସାଇବର ସିକୁ୍ୟରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକ୍ନୋଲୋଜିସ୍ – ସିକ୍ୟୋରିଂ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ୍’ ଶୀର୍ଷକ ଏହି ଦୁଇ ଦିନିଆ ସମ୍ମିଳନୀ ଗୁରୁବାର ଉଦ୍ୟାପିତ ହୋଇଯାଇଛି ।
ଉଦ୍ୟାପନୀ ସମାରୋହରେ ସିଆଇଡି କ୍ରାଇମ୍ ବ୍ରାଂଚ ଓଡିଶାର ଆଇଜି ଶ୍ରୀ ସେଫିନ୍ ଅହମ୍ମଦ୍, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ଜିଟି ଇଣ୍ଡିଆର ସିଆରଓ ଶ୍ରୀ ଜଶପ୍ରୀତ ସିଂ, ପଶ୍ଚିମବଙ୍ଗ କ୍ୟାଡରର ଯୁଗ୍ମ ସଚିବ ଓ ରାଜ୍ୟ ସିଆଇଏସଓ ଡକ୍ଟର ସଞ୍ଜୟ କୁମାର ଦାସ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇଣ୍ଡିଆ ଫୁ୍ୟଚର୍ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର କନିଷ୍କ ଗୌର ଓ ଷ୍ଟାର୍ଟ ଅପ୍ ଓଡିଶାର ସିଇଓ ଶ୍ରୀ ସ୍ମୃତିରଂଜନ ପ୍ରଧାନ ଉପସ୍ଥିତ ଥିଲେ ।
ଉଦ୍ୟାପନୀ ଦିବସରେ ‘ଏଆଇ ଫର ପବ୍ଳିକ୍ ଗୁଡ୍: ଡିଜିଟାଲ ଇଣ୍ଡିଆ, ଗଭର୍ଣ୍ଣାନ୍ସ, ଇନୋଭେସନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଟେକ୍ନୋଲୋଜିସ’୍. ‘ଫ୍ରମ କମ୍ପ୍ଳାଏନ୍ସ ଟୁ ଇଂଟେଲିଜେନସ୍: ଏଆଇ, ସାଇବର ଲ ଆଣ୍ଡ ନେକ୍ସଟ-ଜେନ୍ ଏନ୍ଟରପ୍ରାଇଜ୍ ସିକୁ୍ୟରିଟି’, ‘ସେପିଙ୍ଗ୍ ଦି ଫୁ୍ୟଚର ଅଫ୍ ଏଆଇ: ରିସର୍ଚ୍ଚ, ଏକାଡେମିଆ ଆଣ୍ଡ ଥଟ୍ ଲିଡରସିପ୍ ଫର ଏ ଡିଜିଟାଲ ଇଣ୍ଡିଆ’ ଉପରେ ଆଲୋଚନା ହୋଇଥିଲା । ଏଥିରେ ଓୟୁଟିଆରର କୁଳପତି ପ୍ରଫେସର ବିଭୁତି ବିଶ୍ୱାଳ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈଶୱାଲ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ ।
ପ୍ରଥମ ଦିନରେ ଆୟୋଜିତ ଏକ ସିଇଓ ପ୍ୟାନେଲରେ ‘ଡ୍ରାଇଭିଂ ଇନୋଭେସନ୍ ଆଟ ସ୍କେଲ୍: ଷ୍ଟାର୍ଟଅପ୍ ଲିଡରସିପ୍ ଆଣ୍ଡ ଏଆଇ- ଏଲଇଡି ଡିଜିଟାଲ ଟ୍ରାନ୍ସଫର୍ମେସନ୍’ ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ସିଭିଏଏଟି ସଲୁ୍ୟସନ୍ର ସିଇଓ ଶ୍ରୀ ଅଜୟ କୁମାର ଲେଙ୍କା, ଫେଓ ଅଫ୍ ଟେକ୍ନୋଲୋଜିସର ଏମଡି ଡକ୍ଟର ଦୀପକ କୁମାର ସାହୁ, ସକ୍ୟୋର ବ୍ୟାଙ୍କର ସିଇଓ ଶ୍ରୀ ତପେନ୍ଦ୍ର ନାଥ, ପର୍ପଲ ଫାଇନାନସର ସିଇଓ ଶ୍ରୀ ସବ୍ୟସାଚୀ ରଥ, ସିମେନ୍ସ ଇଣ୍ଡିଆର ମୁଖ୍ୟ ଗ୍ରାହକ ଅଧିକାରୀ ଶ୍ରୀ ସତୀଶ ପାଣ୍ଡେ ପ୍ରମୁଖ ଯୋଗଦେଇ ଷ୍ଟାର୍ଟଅପ୍ ଓ ଏଆଇର ବ୍ୟବହାର ଉପରେ ମତ ରଖିଥିଲେ । ଶ୍ରୀମତି ମୋହିନୀ ସିଂ, କୋ-ଫାଉଣ୍ଡର ଓ ସିଇଓ ସିଏକ୍ସଓ ଜଙ୍କଶନ୍, ପ୍ୟାନେଲକୁ ପରିଚାଳନା କରିଥିଲେ । ପରେ ‘ଇନୋଭେସନ୍ ଟୁ କମର୍ସିଆଲାଇଜେସନ୍ : ଅନଲକିଙ୍ଗ୍ ଦ ପୋଟେନସିଆଲ୍ ଅଫ୍ ଏକାଡେମୀ ରିସର୍ଚ୍ଚ’ ଏବଂ ‘ପଲିସି, ସିକୁ୍ୟରିଟି ଆଣ୍ଡ ଲିଡରସିପ୍ ଫୋକସ୍’ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା ।
ଏଥିରେ ସୋଆ ସେଂଟର ଫର କ୍ୱାଂଟମ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିକୁ୍ୟଏସ୍ଟି)ର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଏସ.ଆର ସାମନ୍ତରାୟ, ଏନ୍ଆରଡିସି ହେଡ୍ ଆଉଟରିଚ୍ ଅଫିସର ଡକ୍ଟର ବିଜୟ କୁମାର ସାହୁଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ ।

0
0
0
s2sdefault