ହେଡଲାଇନସ୍:

ଆର୍.ଉଦୟଗିରି ଏସଡିପିଓଙ୍କୁ ନିଶାମୁକ୍ତ ଓଡିଶା ଅଭିଯାନ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ଆଇପିଏସଙ୍କୁ ରାଜ୍ଯ ନିଶାମୁକ୍ତ ଓଡିଶା ଅଭିଯାନ ପୁରସ୍କାରରେ ସମ୍ମାନିତ କରାଯିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଗଜପତି ଜିଲ୍ଲାର ଚରାଭୂଇଁ ଥିବା ଗଂଜେଇ କାରବାରକୁ ରୋକିବାରେ ସେ ସଫଳ ହୋଇଛନ୍ତି। ନିକଟରେ ନିୟମିତ ଚୋରା ଗଂଜେଇ ଜବତ କରିବାରେ ମୁଖ୍ଯ ଭୂମିକା ନେଇଛନ୍ତି। ଗତ ୪ ମାସ ଭିତରେ ୧୮ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ଜବତ କରିପାରିଛନ୍ତି। ଡିଜି ଯୋଗେଶ ବାହାଦୁର ଖୁରାନିଆ ଯୁବ ଆଇପିଏସ ଏସଡିପିଓ ସାହୁଙ୍କୁ ଡିସ୍କ ଏଓ୍ୱାର୍ଡରେ ସମ୍ମାନିତ କରିବାକୁ ଯୋଗ୍ୟ ବିବେଚିତ କରିଥିବା ଜଣାପଡିଛି।

0
0
0
s2sdefault