ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମେ 1 ତାରିଖ ଦିନ ଗୁଣପୁର ମୋଟର କର୍ମଚାରୀ ସଂଘ (AICCTU) ଓ ମେସ୍ତ୍ରୀ ଜୁନିୟନ, ସି ପି ଆଇ (ଏମ ଏଲ)ଲିବରେସନ ତରଫରୁ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ମୋଟର କର୍ମଚାରୀ ସଂଘ ର ସମ୍ପାଦକ ପି ଭେକଂଟ ରାଓ ପତାକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରା ବାହାରି ନାଗଭୂଷଣ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି l
୧୮୬୬ ମସିହାରେ ଆମେରିକାର ଚିକାଗୋ ସହରର ହେ ମାର୍କେଟରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ଉପରେ ହୋଇଥିବା ଦମନଲୀଳା ନିରନ୍ତର ସଂଘର୍ଷ ମହାନ ବିପ୍ଳବ ରେ ସାରା ଦେଶରେ ଶ୍ରମିକ ୮ ଘଣ୍ଟା ଆଇନ କାର୍ଯ୍ୟକାରୀ ହୋଇଥିଲା ଓ ୮ ଘଣ୍ଟା ନିଜର ପରିବାର ପାଇଁ କାମ କରିବାର ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ କରି ୧୨ ଘଣ୍ଟା କରିଛନ୍ତି । ପୁଞ୍ଜିବିନିଯୋଗ ନାମରେ ଶ୍ରମିକ କର୍ମଚାରୀଙ୍କ ପାଇଁ ପୂର୍ବରୁ ଥିବା ୪୪ ଟି ଶ୍ରମ କୋର୍ଡକୁ ପରିବର୍ତ୍ତନ କରି ମାଲିକମାନଙ୍କୁ ସୁହାଇଲା ଭଳି ୪ ଟି ଲେବ କୋର୍ଡ କରିଛନ୍ତି। ଶ୍ରମିକ ମାନଙ୍କୁ ଆଇନ ଥିବାବେଳେ ମଧ୍ଯ ଶ୍ରମିକମାନଙ୍କ ନ୍ୟାୟ ମିଳୁ ନଥୁବା ଦେଖା ଦେଇଛି । ସାରା ଦେଶରେ ଶ୍ରମିକ ମାନଙ୍କ ଦାବି କୁ ନେଇ ଲଡେଇ କରୁଥିବା କର୍ମୀ ମାନଙ୍କୁ ଗିରଫ କରାଯାଉଛି
ବୋଲି କେନ୍ଦ୍ର ଓ ରାଜ୍ୟ ସରକାର କଂ ଶ୍ରମିକ ବିରୋଧୀ ନିତିକୁ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ତିବ୍ର ସମାଲୋଚନା କରିବା ସହ ଶ୍ରମିକ ମାନଙ୍କ ଅଧିକାରକୁ ଆଦୋଂଲନ କରିବା ପାଇଁ ଆହ୍ବାନ ଦେଇଛନ୍ତି ।
ଉପସ୍ଥିତ ଥିଲେ
ପି ଭେକଂଟ ରାଓ, ଦିଲ୍ଲୀପ ପଟ୍ଟନାୟକ, ଡମ୍ଭୁରୁଧର ଦାସ (ମିସ୍ତ୍ରୀ ଜୁନିୟନ ଉପସଭାପତି), ଜଗନ କାଡ୍ରାକା( ସମ୍ପାଦକ) ବୃନ୍ଦାବନ ବିଡିକା,ମିନ ଶବର ମଜେଶ ବିଡିକା, ଜଗଦୀଶ ବିଡିକା, ଲାକିଆ ଶବର, ଯକ୍ଷ ଲିମା, କରୁଣାକର ଲିମା, ତ୍ରିପତି ବାରିକ, ପ୍ରତାପ ଲିମା,ରାଜେନ୍ଦ୍ର ଶବର, ତ୍ରିପତି ମୁଟୁକା
ରାଜ୍ୟ
ଗୁଣପୁର ରେ ଶ୍ରମିକ ଦିବସ ପାଳନ
- Hits: 19








