ସ୍ୱତନ୍ତ୍ର ଆଇନ ପ୍ରଣୟନ ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ।
କେନ୍ଦୁଝର,ତା ୨୭/୪- ଭାରତ ଏକ କୃଷି ପ୍ରଧାନ ଦେଶ ଏଠାରେ ଏବେ ବି ବଳଦ ମାଧ୍ୟମରେ କୃଷି କାର୍ଯ୍ୟ ହୁଏ। ଦେଶରେ ୮୫ ଭାଗ ଲୋକେ ହିନ୍ଦୁ ହୋଇଥିବାରୁ ଗାଈକୁ ମାଆ ବୋଲି ମାନନ୍ତି ଆଉ ପୂଜା କରନ୍ତି। ସମଗ୍ର ଦେଶରେ ତେଣୁ ଗୋ ସମ୍ପଦର ରକ୍ଷା ନିହାତି ଏବେ ଜରୁରୀ ହୋଇପଡିଛି। ଗ୍ରାମ ଗ୍ରାମ ସହର ସହରରେ ଗୋଶାଳା ଗଢି ଉଠିବାକୁ ଆଜି ଆହ୍ୱାନ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ତମାମ ଭାରି ଯାନ ବିଶେଷ ଭାବେ ଚଳାଚଳ କରୁଥିବାରୁ ଅନେକ ଜୀବଜନ୍ତୁ ବିଶେଷ କରି ଗାଈଗୋରୁ ଷଣ୍ଢ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହାରୁଛନ୍ତି। ବଞ୍ଚି ଥିବା ଜୀବଙ୍କୁ କିଛି ସମାଜସେବୀ ସେବା କରି ବଞ୍ଚାଉଛନ୍ତି। ଆଜି ଏହି ସମାଜସେବୀ ମାନେ 'ଗୋ ସମ୍ମାନ ଆହ୍ୱାନ ଅଭିଯାନ' ବ୍ୟାନର ତଳେ ଏକାଠି ହୋଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ତହସିଲ ଛକ ଯାଏ ଗୋରକ୍ଷା ଲାଗି ଦାବି କରି ଏକ ଶୋଭାଯାତ୍ରା କରିଥିଲେ। ଗୋବଂଶ ରକ୍ଷା, ଗୋଶାଳା ନିର୍ମାଣ କରିବା ସହ ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ସେମାନେ ଦାବି କରିଥିଲେ।
ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଗୋସୁରକ୍ଷା ଦେଇ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ହଜାର ହଜାର ସ୍ଵାକ୍ଷର ସଂଗ୍ରହ କରିଥିଲେ।ତେଣୁ ସେମାନେ ସଦର ତହସିଲଦାରଙ୍କ ମାଧ୍ୟମରେ ଏହି ସଂକ୍ରାନ୍ତରେ ଦାବି ପୂରଣ ଲାଗି ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଆଜି ଏହି କାର୍ଯ୍ୟକ୍ରମରେ 'ଗୋ ସମ୍ମାନ ଆହ୍ୱାନ ଅଭିଯାନ'ର ମୁଖ୍ୟ ମୋନାଲିସା ଦାଶ, ସମାଜସେବୀ ପ୍ରଣବ କୁମାର ବେହେରା, ଡମ୍ବରୁଧର ମହାନ୍ତ,ସରୋଜ ପ୍ରସାଦ ଦାଶ, ବାଳକୃଷ୍ଣ ଗିରି,ପ୍ରଫୁଲ୍ଲ ଭାଇ,ମାମିନା ଦିଦି, ମିଲନ ଭାଇ, ପଦ୍ମିନୀ ମହାରଣା,ସୋନି, ପ୍ରହ୍ଲାଦ ଭାଇ, ଗାୟତ୍ରୀ ପରିବାର ଓ ଆଦିତ୍ୟ ବାହିନୀ ସଦସ୍ୟ ମାନେ ଯୋଗ ଦେଇଥିଲେ।








