ଖୋର୍ଦ୍ଧାରୁ (ସେକ ଜାଫର ): : ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତା ଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ, ଗୋହତ୍ଯା ବନ୍ଦ ଦାବିରେ ଆଜି ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥ ମାନଙ୍କ ଡାକରା ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି କ୍ରମରେ ଏହି ଅଭିଯାନ, ଖୋର୍ଦ୍ଧା ଶାଖା ପକ୍ଷରୁ ଏକାଧିକ ଗୋ ସେବକ ନୂଆ ବସଷ୍ଟାଣ୍ଡ ଠାରୁ ଗୋମାତାଙ୍କୁ ସାଥିରେ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲଦାର ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ୫ହଜାର ରୁ ଉର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରିଥିଲେ। ଗୋମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ, ଗୋହତ୍ଯା ବନ୍ଦ ଆଇନ କଡାକଡି କରିବାକୁ ସ୍ଲୋଗାନ ଦେଇଥିଲେ। ଏହି ଅଭିଯାନ ଖୋର୍ଦ୍ଧା ଆବାହକ ଗୋସେବକ ରାଧାମୋହନ ପ୍ରଧାନ ଙ୍କ ନେତୃତ୍ବ ରେ ବିଶ୍ବମ୍ବର ଦାସ ମହାରାଜ ଯୋଗଦେଇ ଗୋମାତାର ସୁରକ୍ଷା, ସଂରକ୍ଷଣ, ସମ୍ବର୍ଦ୍ଧନ ହିନ୍ଦୁ ସମାଜ ଆଗକୁ ଆସିବାକୁ ଆହ୍ଵାନ ଦେଇଥିଲେ। ଅନ୍ଯ ମାନଙ୍କ ମଧ୍ଯରେ ବିଭୁ ପ୍ରସାଦ ମଙ୍ଗରାଜ, ଅଜୟ ମାଝି, ଶୁଭଙ୍କର ପାଇକରାୟ, ସତ୍ୟତିତ ବେହେରା, ଉଦିତ ପ୍ରହରାଜ, ଏସ ଏମ ଦିବ୍ଯ ପ୍ରକାଶ, କୌଶିକ ବରାଳ ଙ୍କ ସମେତ ଏକାଧିକ ଗୋସେବକ ଯୋଗଦେଇଥିଲେ।









