ହେଡଲାଇନସ୍:

ରାମେଶ୍ୱର ବାବା ଶୀତଳଷଷ୍ଠୀ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତା ଜୁନ ୧୮ ଓ ଜୁନ୍ ୧ ୯ ତାରିଖ ପଦ୍ମପୁର ସହରରେ ପଞ୍ଚମ ବର୍ଷ ପାଇଁ ଶୀତଳଷଷ୍ଠୀ ପାଳନ କରାଯିବା ପାଇଁ ଆଜି ରାମେଶ୍ବର ବାବା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ୨୦୨୬ ବର୍ଷ ଶୀତଳଷଷ୍ଠୀ ପାଳନ ପାଇଁ ସଭାପତି ଭାବରେ ଅଚ୍ୟୁତାନନ୍ଦ ସେଠ, କାର୍ଯ୍ୟକାରୀ ସଭାପତି ସୁରଜପ୍ରସାଦ ସାହୁ, ଉପ ସଭାପତି ଚୁଡ଼ାମଣି ମାଝୀ ସମ୍ପାଦକ ସୁଦାମ ଚରଣ ଦାନୀ, ସହ - ସଂପାଦକ କମଳ କୁମାର ସାହୁ, କୋଷାଧ୍ୟକ୍ଷ ହରିଶଙ୍କର ଅଗ୍ରୱାଲ (ନବୁ) ଉପଦେଷ୍ଟା ଭାବେ ବେଣୁ ମାଧବ ଦୋରା ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ବେଳେ ସହରର ବରିଷ୍ଠ ଓ କନିଷ୍ଠ ମାନଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଅକ୍ଷୟ ତୃତୀୟା ଦିନ ଶୀତଳଷଷ୍ଠୀ ର ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କନ୍ୟା ପିତାମାତା ରୂପରେ ଅଜିତ ପାତ୍ର ଓ ଶ୍ରୀମତୀ ରଜନୀ ପାତ୍ରଦାୟିତ୍ଵ ନିର୍ବାହ କରି ଶିବ ପାର୍ବତୀଙ୍କ ଆଶିର୍ବାଦ ଲାଭ କରିବେ ।ସେହିଭଳି ବର ପିତାମାତା ଭାବେ ପବିତ୍ର ମେହେର ଓ ସୀତା ମେହେର ମନୋନୀତ ହୋଇଛନ୍ତି । ସେହିପରି ଏଥର ତାଡକାସୁର ଭାବରେ ଶୁଭମ ଘିଵେଲା ଅଭିନୟ କରିବେ । ସେହିପରି ଏଥର ୧୮ ତାରିଖରେ ବରଯାତ୍ରା ଓ ୧୯ ତାରିଖରେ ଯୁଗଳ ମୂର୍ତ୍ତି ଙ୍କ ନଗର ଶୋଭାଯାତ୍ରା ହେବ ।ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଲାକାର ଯୋଗ ଦେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault