ହେଡଲାଇନସ୍:

ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପନ୍ଦର ବର୍ଷର ପିଲାର ମୃତ୍ୟୁ ନେଇ ରାସ୍ତା ଅବରୋଧ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁଲ୍ ଚିକିତ୍ସା ନେଇ ଅଭିଯୋଗ ଆଣିଲେ  ପରିବାର ଲୋକେ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପନ୍ଦର ବର୍ଷ ର ପିଲା ର ମୃତ୍ୟ କୁ ନେଇ ଅଭିଯୋଗ, ସୂଚନା ଅନୁଯାୟୀ ପଦ୍ମପୁର ମେଳକ ସାହି ର ଦେବକାନ୍ତ କୁମାର ବାରିକ ଙ୍କ ପୁଅ ମୁକେଶ ବାରିକ୍ ମେଡିକାଲ୍ କୁ ଆସିଥିଲେ। ଡାକ୍ତର ଙ୍କୁ ଦେଖାଇବା ପରେ ଇଞ୍ଜେକସନ ଦିଆଯାଇଥିବା ବେଳେ ପିଲା ର ମୃତୁ ହୋଈ ଥିଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରେ ମେଡିକାଲ ରେ ଉତ୍ତେଜନା ଦେଖାଦେଇଥିବା ବେଳେ, ସ୍ଥାନୀୟ ରାସ୍ତା ଅବରୋଧ କରିଥଲେ ଲୋକେ, ଘଟଣା ସ୍ଥଳ ରେ ଖବର ପାଈ ବାସୁଦେବପୁର ପୋଲିସ ଉପସ୍ଥିତ ରହିଛି। ଧାରଣା ଜାରୀ ରହିବାରୁ ଭଦ୍ରକ ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, ସ୍ଥାନୀୟ ତହସିଲଦାର, ଏସ ଡି ପି ଓଉପସ୍ଥିତ ରହି ଆଲୋଚନା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଅନେକ ସମୟ ଧରି ରାସ୍ତା ଅବରୋଧ ଫଳ ରେ ଅନେକ ଯାନ ବାହନ ଦୀର୍ଘ୍ ସମୟ ଧରି ରାସ୍ତାରେ ଅଟକ ରହିଥିଲା।

0
0
0
s2sdefault